ସାନଖେମୁଣ୍ଡି: ସାହିତ୍ୟକୁ ସମାଜର ଦର୍ପଣ ଭାବେ ବିବେଚନା କରାଯାଇଥିବା ବେଳେ ପଲ୍ଲୀ ପ୍ରାଣର କ୍ରମାନ୍ଵୟ ବିକାଶର ପରିଭାଷା ଓଡ଼ିଆ ସାହିତ୍ୟ ଓ ସାହିତ୍ୟକଙ୍କ ରନ୍ଧିମୟ ପ୍ରତିଭାର ପ୍ରତିଫଳନକୁ ସ୍ପଷ୍ଟ କରିଥାଏ। ଅତଏବ ଓଡ଼ିଆ ସାହିତ୍ୟରେ ପଲ୍ଲୀପ୍ରାଣ ଏବେବି ଅତିକ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପକ୍ଷରେ ସାହିତ୍ୟର ବିକାଶକୁ ନଜରକୁ ନେଲେ ଚିରାଚରିତ ଧାରାକୁ ସାହିତ୍ୟକଙ୍କ ଦ୍ଵାରା ବଜାୟ ରଖିବା ନିହାତି ଆବଶ୍ୟକ। ସାହିତ୍ୟକଙ୍କ ଭୁମିକାକୁ ଗୌଣ ମନେ ନକରି ନୂତନ ଦିଗ ନିର୍ଣ୍ଣୟ କରିବାକୁ ଆଜି ସାନଖେମୁଣ୍ଡି ସାହିତ୍ୟ ସଂସଦରେ ଅନୁଷ୍ଠିତ ଆଲୋଚନା ଚକ୍ର ଓ କବିତା ଗୁରୁତ୍ୱପୂର୍ଣ୍ଣ ନିଆଯାଇଛି। ସ୍ତାନୀୟ ସାନଖେମୁଣ୍ଡି ବ୍ଲକ ପରିସର ପ୍ରାଥମିକ ଶିକ୍ଷକ ଭବନ ଠାରେ ଶ୍ରୀ ରାମଚନ୍ଦ୍ର ସାହୁଙ୍କ ପୌରହିତରେ ଅନୁଷ୍ଠିତ ଅଧିବେଶନରେ “ଓଡିଶା ସାହିତ୍ୟରେ ପଲ୍ଲୀ ଜୀବନ” ଶିକ୍ଷକ ଆଲୋଚନା ଚକ୍ରରେ ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀ ଆଲୋଚନା ଭାବେ ବକ୍ତବ୍ୟ ରଖିଥିବା ବେଳେ କବି ଭାସ୍କର ରାଉତ, ଡ଼ଃ. ପ୍ରଦୀପ ଚନ୍ଦ୍ର ସିଂ, ଲଷ୍ମୀନାରାୟଣ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବିନାୟକ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ସ୍ୱରଚିତ କବିତା ଆବୃତି କରାଯାଇଥିଲା। କବି ବୃନ୍ଦାବନ ବାଡ଼ତ୍ୟା, ବିଚିତ୍ର ଦୋରା, ଭଗବାନ ବେହେରା, ସୁରେଶ କୁମାର ନାୟକ, ରୋହିତ ଜେନା, ଶରତ ଚନ୍ଦ୍ର ପଣ୍ଡା, ଚିନ୍ମୟ ସାହୁ, ଏସ୍ ସୁକାନ୍ତି ଦୋରା ପ୍ରମୁଖଙ୍କ ୧୪ଗୋଟି କବିତା ପଠନ କରାଯାଇ ଆଲୋଚିତ ହୋଇଥିଲା। ଡ଼ଃ ପ୍ରଣବା ନନ୍ଦ, ସୁରଭି ରାଣୀ ନାୟକ, ଉଦୟ ଡାକୁଆ, ସୀମାଞ୍ଚଳ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କବି ପୀତବାସ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Related Stories
November 22, 2024