ଗଞ୍ଜାମ– ଔଷଧ ଦୋକାନୀ ମାନେ ଔଷଧ କିଣିବାକୁ ଆସୁଥିବା ଗ୍ରାହକ ମାନଙ୍କ ବିସ୍ତୃତ ବିବରଣୀ ଲେଖି ରଖିବେ । ବ୍ୟକ୍ତିଙ୍କ ଲକ୍ଷଣ, ଠିକଣା ଓ ଭ୍ରମଣ ଇତିହାସ ପଚାରି ଫର୍ମରେ ଲେଖିବାକୁ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଜାରୀ କରିଛନ୍ତି ।
ଏହା ବ୍ୟତୀତ ସାମାଜିକ ଦୂରତା ନରଖିଲେ ଦୋକାନୀ ଓ ଗ୍ରାହକ ଉଭୟଙ୍କ ଠାରୁ ଜରିମାନା ଆଦାୟ କରାଯିବ । ସେହିପରି ପେଟ୍ରୋଲ୍ ପମ୍ପରେ ମାସ୍କ ନାହିଁ ତ ପେଟ୍ରୋଲ ନାହିଁ ନିୟମକୁ ବାଧ୍ୟତାମୂଳକ କରାଯିବ । ଏହାକୁ କଡ଼ାକଡ଼ି ଭାବେ ଜିଲ୍ଲାରେ ଲାଗୁ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।