ବ୍ରହ୍ମପୁର : ବ୍ରହ୍ମପୁର ସହରରୁ ଛତ୍ରପୁର ଯାଉଥିବା ଜକ ସିଟିବସ ଆମ୍ବପୁଆ ଅଞ୍ଚଳର ଜୌନିକ ବୃଦ୍ଧା ଙ୍କୁ ଆମ୍ବପୁଆ ରେ ଓହ୍ଲାଇବା ପରିବର୍ତ୍ତେ ଗୋପାଳପୁର ଛକରେ ଓହ୍ଲାଇ ଦେବା କୁ ନେଇ ସ୍ଥାନୀୟ ଅଞ୍ଚଳ ବାସୀ ଓ ସିଟିବସ କର୍ମଚାରୀ ଙ୍କ ମଧ୍ୟରେ କଥା କଟାକଟି କୁ ଉତ୍ତେଜନା ଦେଖା ଦେଇଥିଲା।ଏହାକୁ ନେଇ ସ୍ଥାନୀୟ ଲୋକମାନେ ଉକ୍ତ ସିଟିବସ ସମେତ ଛତ୍ରପୁର ଓ ଗୋପାଳପୁର ଯାଉଥିବା ପ୍ରାୟ ୧୦ଟି ବସ କୁ ଅଟକ ରଖିବା ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସହ ଘଟଣା ନେଇ ଆମ୍ବପୁଆ ବାସୀ ଓ ସିଟିବସ ଡ୍ରାଇଭର ମାନଙ୍କ ପକ୍ଷରୁ ଦୁଇଟି ଲିଖିତ ଅଭିଯୋଗ ଗୋପାଳପୁର ଥାନା ଦିଆଯାଇଛି।ସୂଚନାଯୋଗ୍ୟ ଯେ ବ୍ରହ୍ମପୁର ସହରରୁ ଗୋପାଳପୁର ଓ ଛତ୍ରପୁର ସହରକୁ ଯାଆସ କରୁଥିବା ସିଟିବସ ବସ ଗୁଡିକ ପ୍ରତ୍ୟହ ଆମ୍ବପୁଆ ଦେଇ ଯାଆସ କରୁଥିଲେ ମଧ୍ୟ ଗତ କିଛି ମାସ ହେବ ଏଥିରେ ବ୍ୟତିକ୍ରମ ଦେଖାଦେବା ସହ ଅଧିକାଂଶ ସିଟିବସ ଆଉ ଆମ୍ବପୁଆ ଦେଇ ଯାତାୟତ କରୁନଥିବା ରୁ ଅଞ୍ଚଳ ବାସୀ ନାନା ହଇରାଣର ସମ୍ମୁଖୀନ ହୋଉଥିଲେ।
ଏହାସହ ଆମ୍ବପୁଆ ରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ଇନକମ ଟ୍ୟାକ୍ସ ଅଫିସ ସହ ଅନ୍ୟାନ୍ୟ କାର୍ଯାଳୟ କୁ ଯାଉଥିବା ଛାତ୍ର ଛାତ୍ରୀ ,ଶିକ୍ଷକ ,ଅଫିସ ଷ୍ଟାଫ ସମେତ ଆମ୍ବପୁଆ ବାସୀ ହଇରାଣ ହରକତ ହୋଇଆସୁଥିଲେ,ଏହା ମଧ୍ୟରେ ଏହି ଘଟଣା ନେଇ ଆମ୍ବପୁଆ ବାସୀ ଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କ ମାସିକ ଅଭିଯୋଗ ଶୁଣାଣି ରେ ତିନି ଥର ଉପସ୍ଥିତ ରହି ଅଭିଯୋଗ କରିଥିଲେ।ଏନେଇ ଜିଲ୍ଲାପାଳ ଙ୍କ ପକ୍ଷରୁ ଛତ୍ରପୁର ଆର ଟି ଓ ଙ୍କୁ ଏହାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇ ଥିଲେ। ଏହି କ୍ରମରେ ଆର ଟି ଓ ଙ୍କ ପକ୍ଷରୁ କେତେକ ନିର୍ଦ୍ଦିଷ୍ଟ ସମୟରେ ସିଟିବସ ଚଳାଚଳ କରିବାକୁ ସ୍ଥିର କରାଯାଇଥିଲା।କିନ୍ତୁ ଏହା ପରେ ସିଟିବସ ଗୁଡିକ ଠିକଠାକ ଭାବେ ଆମ୍ବପୁଆ ଦେଇ ଚଳାଚଳ କରୁଥିଲେ ମଧ୍ୟ ଗତ ତିନି ଦିନ ହେଲା ପୁଣି ଥରେ ଏଥିରେ ବ୍ୟତିକ୍ରମ ଦେଖାଦେବା ସହ ବସ ଗୁଡିକ ଆମ୍ବପୁଆ ବାସୀ ଙ୍କୁ ଗୋପାଳପୁର ଛକ ଓଭରବ୍ରିଜ ଠାରେ ଓହ୍ଲାଇ ଦେଉଥିଲେ। ଆଜି ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଅଞ୍ଚଳବାସୀ ସିଟିବସ ଗୁଡିକୁ ଅଟକାଇ ଥିବା ବେଳେ ଗୋପାଳପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମାଧାନ କରିଥିଲେ।ଏହା ପରେ ଉଭୟ ପକ୍ଷରୁ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ।ଖବର ପାଇ ସଦର ଏସଡ଼ପିଓ ପହଂଚି ଉଭୟ ପକ୍ଷକୁ ଡାକି ସମାଧାନ କରିଥିବା ଜଣାପଡିଛି।