ଭୁବନେଶ୍ୱର। ଗୁରୁବାର ଦିନ ରାଜ୍ୟରେ ରେକର୍ଡ ସଂଖ୍ୟକ ୨୪୭୪ କୋବିଡ-୧୯ ନମୂନାର ପରୀକ୍ଷଣ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।
ଉଲ୍ଲେଖନୀୟ ଯେ ଏହା ପୂର୍ବରୁ ବୁଧବାର ଦିନ ରାଜ୍ୟରେ ୨୨୦୯ ନମୂନାର ପରୀକ୍ଷଣ କରା ଯାଇଥିଲା ।
ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଭୁବନେଶ୍ୱର ଆରଏମଆରସିରେ ୧୨୪୧, ଏମ୍ସରେ ୧୧୫, ଏସସିବିରେ ୫୪୮, ଏମକେସିଜିରେ ୪୫, ଭିମସାରରେ ୬୬, ଆଇଏଲଏସରେ ୩୭୭, ଆଇଜିଏଚରେ ୬୩, ଆପୋଲୋରେ ୧୯ ନମୁନାର ପରୀକ୍ଷଣ କରା ଯାଇଛି ।