ନୂଆଦିଲ୍ଲୀ-କଡାଉନ ସମୟରେ କ୍ଷେତ୍ରୀୟ ସ୍ତରରେ ଚାଷୀ ଓ ଚାଷ କାର୍ଯ୍ୟକଳାପ ନିମନ୍ତେ ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ କୃଷି, ସମବାୟ ଏବଂ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏସବୁ କାର୍ଯ୍ୟକଳାପର ଅଧୁନାତନ ସ୍ଥିତି ନିମ୍ନରେ ଦିଆଗଲା :
ଦେଶରେ ଥିବା 2587ଟି ପ୍ରମୁଖ/ମୁଖ୍ୟ କୃଷି ବଜାର ମଧ୍ୟରୁ 1091ଟି ବଜାର 26.03.2020ରେ ଲକଡାଉନ ଆରମ୍ଭ ହେବା ପରଠାରୁ କାର୍ଯ୍ୟକ୍ଷମ ରହିଥିଲା। 21.04.2020 ସୁଦ୍ଧା 2069ଟି କୃଷି ବଜାର କାର୍ଯ୍ୟକ୍ଷମ ହୋଇସାରିଛି ।16.03.2020 ତୁଳନାରେ 21.04.2020 ସୁଦ୍ଧା ମଣ୍ଡିରେ ପିଆଜ, ଆଳୁ ଓ ଟମାଟୋ ପହଞ୍ଚିବା ପରିମାଣ ଯଥାକ୍ରମେ 622%, 187% ଓ 210% ବୃଦ୍ଧି ପାଇଛି।2020 ରବି ଋତୁରେ ଏମଏସପିରେ ଡାଲି ଓ ତୈଳ ବୀଜ କ୍ରୟ 20ଟି ରାଜ୍ୟରେ ଜାରି ରହିଛି । ନାଫେଡ ଓ ଏଫସିଆଇ ପକ୍ଷରୁ 1,73,064.76 ମେଟ୍ରିକ ଟନ ଡାଲି ଓ 1,35,993.31 ମେଟ୍ରିକ ଟନ ତୈଳ ବୀଜ କ୍ରୟ କରାଯାଇଛି ଯାହାର ମୂଲ୍ୟ 1447.55 କୋଟି ଟଙ୍କା ଓ ଏହାଦ୍ବାରା 1,83,989 କୋଟି କୃଷକ ଉପକୃତ ହୋଇଛନ୍ତି।ପରବର୍ତ୍ତୀ ମୌସୁମୀ ଋତୁକୁ ଆଖି ଆଗରେ ରଖି ରାଜ୍ୟଗୁଡ଼ିକ ଜାତୀୟ ବାଉଁଶ ମିଶନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକଳାପ ଆରମ୍ଭ କରି ଦେଇଛନ୍ତି। ଶ୍ରମିକମାନଙ୍କୁ ମାସ୍କ, ଖାଦ୍ୟ ଆଦି ଯୋଗାଇ ଦିଆଯାଇ ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲ୍ଲାରେ ବାଉଁଶ ନର୍ସରୀ ପ୍ରସ୍ତୁତି କାମ ଆରମ୍ଭ ହୋଇଯାଇଛି । ଗୁଜରାଟର ସବରକଣ୍ଠା ଓ ଭାଁସଡ଼ା ଜିଲ୍ଲାରେ ନର୍ସରୀ ବିକାଶ ଆରମ୍ଭ ହୋଇଯାଇଛି । ଆସାମର କାମରୂପ ଜିଲ୍ଲା ଅନ୍ତର୍ଗତ ଦିମୋରିଆ ବ୍ଲକରେ 520 ଜଣ ଚାଷୀଙ୍କୁ ନେଇ କୃଷକ ଉତ୍ପାଦକ ସଂଗଠନ ପକ୍ଷରୁ 585 ହେକ୍ଟର ଜମିରେ ଚାରା ରୋପଣ ଆରମ୍ଭ ହୋଇଯାଇଛି ।24.3.20ଠାରୁ ଆଜିସୁଦ୍ଧା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ-କିସାନ) ଯୋଜନାରେ 8.938 କୃଷକ ପରିବାରକୁ 17,876.7 କୋଟି ଟଙ୍କା ବଣ୍ଟନ କରାଯାଇସାରିଛି।