
ରାଉରକେଲା– ପ୍ରଶାସନିକ ନିଷ୍ପତି କ୍ରମେ ଆଜିଠୁ ରାଉରକେଲା ମହାନଗର ନିଗମ ଅଂଚଳରେ ଖୋଲିଛି ଗାଡ଼ି, ବ୍ୟାଟେରୀ, ଟାୟାର୍ ମରାମତି ଦୋକାନ ସାଙ୍ଗକୁ ପଙ୍ଖା, କୁଲର, ଏସି, ମୋବାଇଲ ମରାମତି ଦୋକାନ । ଏସବୁ ଦୋକାନ ପ୍ରତ୍ୟେହ ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ୫ ଘଂଟା ପାଇଁ ଖୋଲା ରହିବ । ଏଥିସହିତ ରାସନ ସାମଗ୍ରୀ, ଫଳ, ପନିପରିବା ଦୋକାନ ସକାଳ ୬ଟାରୁ ୧୧ଟା ଏବଂ ସଂନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ରାଉରକେଲା ମହାନଗର ନିଗମ ପକ୍ଷରୁ ଦୋକାନ ଖୋଲିବା ନେଇ ଏହି ସମୟ ନିର୍ଘଂଟ ହୋଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଦୋକାନୀ ଓ ଗ୍ରାହକ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଦୋକାନୀ କିମ୍ବା ଗ୍ରାହକ ଏଥିରେ ଖିଲାପ କରନ୍ତି କିମ୍ବା କଟକଣାକୁ ଅମାନ୍ୟ କରନ୍ତି, ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।