ବେଲଗୁଣ୍ଠI, 22/04, ବିପଦରେ ପଡିଛି ଗୋ ସମ୍ପଦ l 15 ଦିନ ହେବ 30 ରୁ ଊର୍ଦ୍ଧ୍ଵ ଗାଈ ଗୋରୁ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି l ଗୋମାଲିକ ମାନେ ପ୍ରତିଦିନ ପଶୁ ଡାକ୍ତରଖାନାକୁ ଯାଇ ଏଲ୍. ଆଇ କିମ୍ବା ଭି.ଏସ୍ କୁ ନପାଇ ନିରାଶ ହୋଇ ଫେରୁଛନ୍ତି l ସେମାନଙ୍କୁ ଫୋନ୍ କଲେ ଆଜି ଯିବୁ କାଲି ଯିବୁ କହି ଦିନ ଗଡାଇ ଚାଲିଥିବା ଗୋପାଳକ ମାନେ ଅଭିଯୋଗ କରିଛନ୍ତି l ବେଲଗୁଣ୍ଠI ବିଶ୍ଵନାଥ ନଗରର ସାଗର ରାଉତଙ୍କ 25 ଟି ଗାଈ ମଧ୍ୟରୁ 12 ଟି ଫାଟୁଆ ରୋଗରେ ଆକ୍ରାନ୍ତ l ସେହି ପରି ରେଡିକା ସାହିର ପ୍ରଦୀପ ରେଡ୍ଚୀଙ୍କ 8 ଟି, କେଉଟ ସାହି ଭାସିଆ ଗୌଡଙ୍କ ଗାଈ ଓ ମଇଁଷୀ ମିଶି 13ଟି ,ସେହିପରି ବେଲଗୁଣ୍ଠା ହାଟପଦା ଓ ଜଗନ୍ନାଥ ପ୍ରସାଦ ରୋଡ୍ ର ବି କିଛି ଗାଈ ଗୋରୁ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି l ଫାଟୁଆ ରୋଗ ଦ୍ଵାରା ଗାଈ ଗୋରୁଙ୍କ ଗୋଡ଼ ସନ୍ଧିରେ କ୍ଷତ ସୃଷ୍ଟି ହୋଇଥିବାରୁ ଚାଲିବା ତ ଦୂରର କଥା ଭଲ ଭାବେ ଛିଡା ହୋଇପାରୁନଥିବା ଦେଖିବାକୁ ମିଳିଛି l ଗାଈ ଗୋରୁଙ୍କ ସୁରକ୍ଷା ପାଇଁ ସରକାର ପ୍ରତ୍ୟେକ ବର୍ଷ ଭିଟାମିନ ଇଂଜେକ୍ସନ୍ , କ୍ୟାଲସିଅମ୍ ପାଉଡର ଓ କୃମି ଔଷଧ ମାଗଣାରେ ଯୋଗାଇ ଦେଇଥାନ୍ତି l କିନ୍ତୁ ଏହି ମାଗଣା ଔଷଧ କେବେ ମିଳିନଥିବା ମାଲିକ ମାନେ ପ୍ରକାଶ କରିଛନ୍ତି l ଗାଈ ର ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଆସିଲେ ମଧ୍ୟ VS ଓ LI ଟଙ୍କା ନେଉଥିବା ଗୋପାଳକ ସାଗର ରାଉତ ପ୍ରକାଶ କରିଛନ୍ତି l ଏ ନେଇ ବେଲଗୁଣ୍ଠା VS କିମ୍ବା LI ବେଲଗୁଣ୍ଠାରେ ନ ରହି ଅନ୍ୟତ୍ର ରହୁଛନ୍ତି l ଏମାନେ କେବେ ଆସୁଛନ୍ତି କେହି ଜାଣି ପାରୁନଥିବାରୁ ଅବସର ଗ୍ରହଣ କରିଥିବା 2 ଜଣ LI ଙ୍କ ପାଖରେ ଘରୋଇ ଚିକିତ୍ସା କରିବା ପାଇଁ ବାଧ୍ୟ ହେଉଛନ୍ତି I ଏନେଇ ବେଲଗୁଣ୍ଠI VS ରାକେଶ କୁମାର ପତି ଓ LI ସଞ୍ଜୟ କୁମାର ମଲ୍ଲିକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବପର ହୋଇପାରି ନାହିଁ I
Related Stories
November 25, 2024