ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଗତ ୨ଦିନ ଭିତରେ ୨ଟି ନକଲି ଗୁଟୁଖା ପ୍ରସ୍ତୁତି କରୁଥିବା ଅଭିଯୋଗରେ ୨ଟି ମାମଲା ରୁଜୁ ହୋଇଥିବା ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣା ହୋଇଥିବା ବେଳେ ଗୁଟୁଖା ଖାଇ ଛେପ ପକାଇଲେ ମଧ୍ୟ ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ରହିଛି । ଏଭଳି ସମୟରେ କିଛି ଅସାଧୁ ବ୍ୟବସାୟୀ ନିଜ ନିଜର କଳା ବ୍ୟବସାୟକରି ରାତି ଅଧିଆ ଗୁଟୁଖା ପ୍ରସ୍ତୁତକରି ବ୍ୟବସାୟ କରୁଥିବା ଏସ୍ପିଙ୍କ ପାଖରେ ଖବର ପହଞ୍ôଚବାପରେ ଏସ୍ପି ଶ୍ରୀ ମିଶ୍ର ସମସ୍ତ ଥାନାଧିକାରୀଙ୍କୁ ନିଜ ନିଜ ଇଲାକାରେ ଗୁଟୁଖା ପ୍ରସ୍ତୁତି ଓ ଏହାର ବ୍ୟବହାର ଉପରେ ରୂପରେଖ ପ୍ରସ୍ତୁତକରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମର୍ମରେ ଗତ ୨ଦିନତଳେ ଗୋଳନ୍ଥରା ପୋଲିସ ଓ ବଡବଜାର ପୋଲିସର ମିଳିତ ଚଢ଼ାଉରେ ବଡବଜାର ଥାନା ଅନ୍ତର୍ଗତ ଦେଶୀବେହେରା ସାହିରେ ପ୍ରକାଶ ସାହୁ ନାମକ ଜଣେ ଗୁଟୁଖା ବ୍ୟବସାୟୀଙ୍କ ଗୋଦାମକୁ ଚଢ଼ାଉକରି ୧୦ରୁ ଊର୍ଦ୍ଧ୍ୱ ଗୁଟୁଖା ବସ୍ତା ଜବତ କରିଥିଲେ ।
ସେହିପରି ବଡବଜାର ଥାନା ଅନ୍ତର୍ଗତ ଜେନା ସାହିରେ ଥିବା ୪ଟି କମ୍ପେ୍ଲକ୍ସ ଉପରେ ଚଢ଼ାଉକରି ବିପୁଳ ପରିମାଣରେ ନକଲି ଗୁଟୁଖା ଜବତ କରାଯାଇଥିବା ବଡବଜାର ଥାନାଧିକାରୀ ପ୍ରକାଶ ଭୁପତି ସୂଚନା ଦେଇଛନ୍ତି । ଜେନା ସାହିରେ ଥିବା ମହାବୀର କମ୍ପେ୍ଲକ୍ସର ୧୬ଟି ଗୋଦାମରୁ ୧୪ଟି ଗୋଦାମକୁ ଟିକ୍ନିଖ ତନଖି କରାଯାଇ ପ୍ରାୟ ୧ଟ୍ରକ୍ରୁ ଊର୍ଦ୍ଧ୍ୱ ନକଲି ଗୁଟୁଖା ଜବତ କରାଯାଇଛି । ସେଥିମଧ୍ୟରେ ରହିଛି ଶିବାଜୀ, ଡିଲକ୍ସ ମିକ୍ସ, ଗୋକୁଳ ମିକ୍ସ, ବିଭିନ୍ନ ପ୍ରକାର ଖଇନି ଓ ନାଶ ପତ୍ର । ଏହିସବୁ ଗୋଦାମକୁ ପରିଚାଳନା କରୁଥିବା କାଳୁପାତ୍ର ସାହିର ବାବୁଲା ସାହୁ ଫେରାର ଥିବାବେଳେ ତାହାର ମ୍ୟାନେଜର ଟିଙ୍କା ଗୌଡକୁ ଥାନାରେ ଅଟକ ରଖି ପଚରା ଉଚୁରା କରାଯାଉଥିବା ଥାନାଧିକାରୀ ଶ୍ରୀ ଭୁପତି ସୂଚନା ଦେଇଛନ୍ତି । ଜେନା ସାହିରେ ଥିବା ଅନ୍ୟ ୨ଟି ଶ୍ରୀ ଓ ରଥ କମ୍ପେ୍ଲକ୍ସକୁ ମଧ୍ୟ ତନଖି କରାଯାଇଥିବା ସେ ସୂଚନା ଦେଇଛନ୍ତି । ତେବେ ଏହି ଗୁଟୁଖା ଚଢ଼ାଉ କରିବା ଓ କାରବାର ବନ୍ଦ କରିବା ପାଇଁ ସେଣ୍ଟ୍ରାଲ ଏକ୍ସାଇଜ ବିଭାଗର ଦାୟୀତ୍ୱ ଥିବାବେଳେ ବ୍ୟବସାୟୀକୁ ପ୍ରତ୍ସୋହନ ଦେଇ ଚାଲିଥିବା ବେଳେ ବ୍ରହ୍ମପୁର ପୋଲିସ ଏକ୍ସାଇଜ୍ ବିଭାଗର କାର୍ଯ୍ୟକରି ବିଭିନ୍ନ ସମୟରେ ନକଲି ଗୁଟୁଖା କାରବାର ବନ୍ଦ କରିଥିବା ନଜିର ରହିଛି । ସହରବାସୀ ଓ ବୃଦ୍ଧିଜୀବୀ ମହଲରେ ପୋଲିସର ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।