ବ୍ରହ୍ମପୁର : ନିଗମର ୪୦ନମ୍ବର ୱାର୍ଡ ଅନ୍ତର୍ଗତ ଆମ୍ବପୁଆ ମୁଖ୍ୟ ରାସ୍ତାକଡରେ ଦୈନନ୍ଦିନ ପରିବା ବିକ୍ରି କରୁଥିବା ବିକାଳୀଙ୍କୁ ଗୁରୁବାର ଗୋପାଳପୁର ଥାନା ପକ୍ଷରୁ ମାଗଣାରେ ମାସ୍କ ବଣ୍ଟନ କରାଯାଇଛି । ଥାନାଧିକାରୀ ବିବେକାନନ୍ଦ ମହନ୍ତ ଓ ତାଙ୍କ ସହକର୍ମୀଙ୍କୁ ନେଇ ଆମ୍ବପୁଆ ଆସି କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସମଦୂରତା ବଜାଇ ରଖିବା, ମୁହଁରେ ମାସ୍କ ପିନ୍ଧିବା, ଅଯଥାରେ ବାହାରକୁ ନବାହାରିବା ଓ ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ । ଏହି ଅବସରରେ ଥାନାଧିକାରୀ ରାସ୍ତାକଡରେ ପରିବା ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ମାସ୍କ ପ୍ରଦାନ କରିଥିଲେ । ୨୦ରୁ ଊର୍ଦ୍ଧ୍ୱ ପରିବା ବ୍ୟବସାୟୀ ଥାନାଧିକାରୀଙ୍କ ଠାରୁ ମାସ୍କ ପାଇ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ପୋଲିସର ଏଭଳି କାର୍ଯ୍ୟକୁ ଆମ୍ବପୁଆ ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ପ୍ରଶଂସା କରାଯାଇଛି ।
Related Stories
November 25, 2024