
-
ତ୍ରିପାକ୍ଷୀକ ବୈଠକ : କରୋନା କଟକଣାରେ ପାଳନ ହେବ ରମଜାନ୍ ମାସ
ସେହିଭଳି ନିଜ ନିଜ ଘରେ ପରିବାର ସହ ପ୍ରାର୍ଥନା ଓ ନମାଜ ପାଠ କରିବା ପାଇଁ କମିଶନର ଉପସ୍ଥିତ ସମସ୍ତ ମୁସ୍ଲିମ ସମ୍ପ୍ରଦାୟର ମୁଖ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । କୌଣସି ମୁଲାବୀ ଯେଭଳି ଘରକୁ ଘର ନବୁଲି ପ୍ରାର୍ଥନା ନକରିବେ ସେଥିପ୍ରତି ଧ୍ୟାନଦେବେ । କୌଣସି ବାହାର ବ୍ୟକ୍ତିବିଶେଷ କୌଣସି ସାହି ଓ ବସ୍ତି ଅଞ୍ଚଳକୁ ଆସନ୍ତି ତା’ହେଲେ ତାଙ୍କର ସର୍ବିଶେଷ ତଥ୍ୟ ମହାନଗର ନିଗମ କମିଶନରଙ୍କୁ ଜଣାଇବା ପାଇଁ କୁହାଯାଇଛି । ରୋଜା ପାଳନ କରୁଥିବା କୌଣସି ବ୍ୟକ୍ତି ପାଦରେ ଚାଲି ଚାଲି ନିଜର ପୂଜା ସାମଗ୍ରୀ ତଥା ଦୈନିକ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବେ । ଯେଭଳିକି ମୋଟର ସାଇକେଲ୍ କିମ୍ବା କୌଣସି ଯାନ ବ୍ୟବହାର ନକରିବେ ସେଥିପ୍ରତି ସମ୍ପ୍ରଦାୟର ମୁଖ୍ୟମାନେ ନିଜ ନିଜ ଅଞ୍ଚଳରେ ସଚେତନତା କରାଇବା ସହ ଜଗି ରହିବାକୁ ପରାମର୍ଶ ଦେଇଥିଲେ । ଯେଉଁମାନେ ବ୍ରତ ପାଳନ କରୁଛନ୍ତି ସେମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଘରେ ଘରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିବା ସହ ସାମାଜିକ ଦୂରତା ରକ୍ଷାକରି ବଜାରକୁ ଆସି ଆବଶ୍ୟକତା ଥିବା ସାମଗ୍ରୀ କିଣିପାରିବେ ବୋଲି ମଧ୍ୟ କୁହାଯାଇଛି । ଏପରିକି ବର୍ତ୍ତମାନ ଯୋଗାଇ ଦିଆଯାଉଥିବା ଜଳ ଠାରୁ ଅଧିକ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ବିଏମ୍ସି କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଥିବା କହିବା ସହ ମୁସ୍ଲିମ ବସ୍ତି ଓ ସାହିଗୁଡିକରେ ସଫେଇ କାର୍ଯ୍ୟକୁ ଗୁରୁତର ସହ ନେଇ ଅଧିକ ସଫେଇ କର୍ମଚାରୀ ନିୟୋଜିତ କରିବା ପାଇଁ ମଧ୍ୟ ବିଏମ୍ସି କର୍ତ୍ତୃପକ୍ଷ ରୂପରେଖ ପ୍ରସ୍ତୁତ କରିଥିବା କମିଶନର ଶ୍ରୀ ରାଥୋଡ ସୂଚନା ଦେଇଥିଲେ । ଏହି ତ୍ରିପାକ୍ଷୀକ ବୈଠକରେ ଏସ୍ପି ଶ୍ରୀ ମିଶ୍ରଙ୍କ ସମେତ କମିଶନର ଶ୍ରୀ ରାଥୋଡ, ଟ୍ରେନି ଆଇଏଏସ୍ ଅଫିସ୍ର କୀର୍ତ୍ତି ଭାସନ, ଅତିରିକ୍ତ ଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାୟ, ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି, ଟାଉନ୍ ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀଙ୍କ ସମେତ ମୁସ୍ଲିମ୍ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।