
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ,
କରୋନାକୁ ନେଇ ଚାରିଆଡେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଲୋକମାନଙ୍କୁ ନୂତନ ଆଶା ର ଆଲୋକ ଦେଖାଇବା ଉଦ୍ଦେଶ୍ୟ ରେ ୟୁନିକ ଡ୍ୟାନ୍ସ ଏକାଡେମୀ, ଭଞ୍ଜନଗର ଓ ଫେନିକ୍ସ ପବ୍ଲିକ ସ୍କୁଲ,କଣ୍ଟେଇପଲ୍ଲୀ ତରଫରୁ ପ୍ରସ୍ତୁତ କ୍ଷୁଦ୍ର ନାଟକ ‘ଭାଗ କରୋନା ଭାଗ’ ର ଭିଡ଼ିଓ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ଦ୍ଵାରା ରିଲିଜ ହୋଇ ଯାଇଛି।ଏହାକୁ ନାଟ୍ୟକାର ପ୍ରଫୁଲ୍ଲ କୁମାର ବେହେରା ରଚନା କରିଥିଲା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଶିଶିର କାନ୍ତ ଦାଶ ଏବଂ ଅଭିନୟରେ ଆମ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ,ଟୁନା ପାତ୍ର, ଭାଲୁ, କୈଳାଶ ଓ ଅନ୍ୟ ମାନେ ରହିଛନ୍ତି।ସାମ୍ପ୍ରତିକ ପରିସ୍ଥିତିରେ ଏହା ଦ୍ୱାରା ସମାଜରେ ଭଲ ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି।