ସାନଖେମୁଣ୍ଡି : କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକଡାଉନ ଘୋଷଣା ଜାରି ରହିଥିବା ବେଳେ ସମସ୍ତଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଲକଡାଉନ ସମୀକ୍ଷା କରିବାକୁ ପହଞ୍ଚିଥିଲେ। ଆଜି ସକାଳ ୮ଘଣ୍ଟ ସମୟରେ ତହସିଲଦାର ଅମିତ କୁମାର ନାୟକଙ୍କ ସହ ଆରଆଇ ସମସ୍ତ ଅଧିକାରୀ, ସ୍ଥାନୀୟ ସରପଞ୍ଚ ମିଳିତ ଭାବେ ପ୍ରଥମେ ଗୌତମି ପଞ୍ଚାୟତରେ ପହଞ୍ଚି ମୂଖ୍ୟତଃ ମାସ୍କ, ହେଲମେଟ, ରାସନ ଦୋକାନ ଓ ମେଡ଼ିସିନ ଦୋକାନ ଗୁଡିକରେ ସାମାଜିକ ଦୂରତା ନିରୀକ୍ଷକ କରି ଦୋକାନ ଗୁଡିକୁ ଜୋରିମାନା ଆଦାୟ କରିଥିଲେ। ସାନଖେମୁଣ୍ଡି ତହସିଲଦାର ଓ ଆରଆଇର ଲକଡାଉନ ସ୍ଥିତି ସମୀକ୍ଷା କରିବାକୁ ଗୌତମି, କଙ୍କରଡ଼ା, ଖଲିଙ୍ଗୀ, କଲରାପଦର ପହଞ୍ଚିଥିଲେ। ସାନଖେମୁଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତକୁ ଯାଇ ଲକଡାଉନ ସ୍ଥିତି ସମୀକ୍ଷା କରିବା ସହ ମୋଟ ୨୦,୫୦୫ ଟଙ୍କା ଆଦାୟ ହୋଇଥିଲା। ତହସିଲଦାର, ସମସ୍ତ ଆରଆଇ ଅଧିକାରୀଙ୍କ ସହ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଜୋରିମାନା ଆଦାୟ ହୋଇଥିଲା।
ରିପୋର୍ଟ: ପ୍ରଫୁଲ୍ଲ ସାବତ।