ବ୍ରହ୍ମପୁର: କରୋନା ମୁକାବିଲା ପାଇଁ ସବୁବେଳେ ଆଗୁଆ ପଦକ୍ଷେପ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ସାରା ରାଜ୍ୟରେ ଚର୍ଚ୍ଚାରେ ରହି ଆସିଛି । ଲୋକଙ୍କୁ ସୁରକ୍ଷା ଦେବା ସହ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ୍କୁ ମଧ୍ୟ କଡାକଡି କରିବା ସହ ସଚେତନମୂଳକ କାର୍ଯ୍ୟକ୍ରମ କରି ଆସୁଛି । କରୋନା ଦାଉରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ବର୍ତ୍ତମାନ ଅଗ୍ନିଶମ ବିଭାଗର ଗୁରୁଦାୟୀତ୍ୱ ରହିଛି । ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ନିର୍ଦ୍ଦେଶକ୍ରମେ ସହରରେ ସହରର ବିଭିନ୍ନ ଅଞ୍ଚଳରେ ପ୍ରତିଷେଧମୂଳକ ବିଭିନ୍ନ ଛକ ଓ ଅତ୍ୟାବଶ୍ୟକୀୟ ସ୍ଥଳ, ଅଫିସ୍, ପରିବା ବଜାର ଓ ରାସ୍ତାକୁ ବିଶୁଧିକରଣ(ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ) ବ୍ୟବହାର କରାଯାଇ ପାଇଁ ବିଭିନ୍ନ ଅଞ୍ଚଳରେ ସିଞ୍ଚନ ଜାରି ରହିଛି । ଏହି ମର୍ମରେ ବୁଧବାର ଦିନ ୪୦ନମ୍ବର ୱାର୍ଡ ଆମ୍ବପୁଆ ଛକ ଠାରେ ଦୈନନ୍ଦିନ ବିକ୍ରି ହେଉଥିବା ପରିବା ବଜାର ସହ ମୁଖ୍ୟରାସ୍ତା ଆଦି ସିଞ୍ଚନ କରାଯାଇ ବିଶୁଦ୍ଧିକରଣ କରାଯାଇଥିଲା । ଅଗ୍ନିଶମ ବିଭାଗ ଅଧିକାରୀମାନେ ପହଞ୍ôଚବାପରେ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଫୁଲ, ଚନ୍ଦନ, ସିନ୍ଦୁର ଦେଇ ସମ୍ବୋର୍ଦ୍ଧନା କରାଯାଇଥିଲା । କରୋନା ଯୁଦ୍ଧା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କ ଜନଜୀବନ ହୀତ କ୍ଷେତ୍ରରେ ଏଭଳି କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିବା ସହ ତାଳି ବଜାଇ ତାଙ୍କର କାର୍ଯ୍ୟ ଶୈଳୀକୁ ଉତ୍ସିର୍ଗିକୃତ ସମ୍ମାନ ଜଣାଇଥିଲେ । ଅଞ୍ଚଳବାସୀଙ୍କ ଏଭଳି କାର୍ଯ୍ୟକୁ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଶଂସା କରିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ସିଏଚ୍ ରାମୁକ୍ରିଷ୍ଣା ରେଡ୍ଡୀ, ସିଏଚ୍ ଗୁରୁନନ୍ଦନ ରେଡ୍ଡୀ, ଜଗନ୍ନାଥ ସାହୁ, କୁରେଶ ରେଡ୍ଡୀ, ପ୍ରକାଶ ସାହୁ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଇ.ଡିଲେଶ ରେଡ୍ଡୀ, ଜଗନ୍ନାଥ ରେଡ୍ଡୀ, କମଳ ରାଓ, ବିବେକ ରେଡ୍ଡୀ, ଆନନ୍ଦ ପାତ୍ର, ମହେଶ ରେଡ୍ଡୀ, ସୁନୀଲ ସାହୁ, ସୁଲିଆ ସାହୁ, ହୀନ ସେଠୀ, ନିରାକାର ମହାରଣା, ଏନ୍.ଗୁରୁନନ୍ଦନ ରାଓ, ଲକ୍ଷ୍ମୀ ବେହେରାଙ୍କ ସମେତ ଗ୍ରାମର ବହୁ ଯୁବକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।
Related Stories
November 25, 2024