ଭୁବନେଶ୍ୱର : ବନ୍ଧନ ବ୍ୟାଙ୍କ ପକ୍ଷରୁ କ୍ଷୁଦ୍ର ଋଣ ସେବାକୁ ପୁନର୍ବାର ଆରମ୍ଭ କରାଯାଇଛି । କ୍ଷୁଦ୍ର ବ୍ୟବସାୟରେ ଜଡ଼ିତ ଥିବା ବ୍ୟାଙ୍କର ଗ୍ରାହକଙ୍କ ଅନୁରୋଧ ଏବଂ ସେମାନଙ୍କ ଆର୍ଥିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଏହି ସେବା ଆରମ୍ଭ କରିଛି । ଏହି ସେବା ଏବେ ବ୍ୟାଙ୍କ ତରଫରୁ ସୀମିତ ଭାବେ କମ୍ କର୍ମଚାରୀଙ୍କ ଜରିଆରେ ଦିଆଯାଉଛି । ସ୍ଥିତିରେ ସୁୂଧାର ହେବା ସହିତ ଏହି ସେବା ବ୍ୟାପକ ହେବ ।
ଲକ୍ଡାଉନ୍ ସମୟରେ ଜାରି ହୋଇଥିବା ଦିଶାନିର୍ଦେଶକୁ ପାଳନ କରି ବନ୍ଧନ ବ୍ୟାଙ୍କ ଏହାର ଶାଖ ଖୋଲୁଛି । ମାତ୍ର କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ସେବା ବନ୍ଦ ଥିଲା । ଏପ୍ରିଲ୍ ୨୦ ପରଠାରୁ ଚିହ୍ନଟ ହୋଇଥିବା ଗ୍ରିନ୍ ଜୋନ୍ଗୁଡ଼ିକରେ ଏହି ସେବା ଆରମ୍ଭ କରାଯାଇଛି । ଚାଷୀମାନେ ମଧ୍ୟ ଫସଲ ଅମଳ କରିବା ଲାଗି ଆର୍ଥିକ ସହାୟତା ନିମନ୍ତେ ବ୍ୟାଙ୍କ ପାଖକୁ ଆସୁଥିବା ବେଳେ ପରବର୍ତୀ ଫସଲ ଲଗାଇବା ପାଇଁ ମଧ୍ୟ ସହାୟତା ଲୋଡ଼ୁଛନ୍ତି । ବ୍ୟାଙ୍କ ସେମାନଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛି । ଗ୍ରୋାସରି ଦୋକାନି, ଖାଦ୍ୟ ସାମଗ୍ରୀ ବିକ୍ରେତା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରେତାମାନେ ହେଉଛନ୍ତି ବନ୍ଧନ ବ୍ୟାଙ୍କର ନିୟମିତ ଋଣ ଗ୍ରାହକ । ସେମାନଙ୍କ ଆବଶ୍ୟକତାକୁ ନଜରରେ ରଖି ବ୍ୟାଙ୍କ ଏହାର ଋଣ ସେବା ଆରମ୍ଭ କରିଛି । ଏହି ଆର୍ଥିକ ସହାୟତା ଜରିଆରେ ସେମାନେ ନିଜର ଜୀବିକାକୁ ପୁନର୍ବାର ଆରମ୍ଭ କରିପାରିବେ ଏବଂ ବଢ଼ାଇପାରିବେ ।
ବନ୍ଧନ ବ୍ୟାଙ୍କର ସାରା ଦେଶରେ ୪୫୦୦ ଆଉଟଲେଟ୍ ରହିଛି । ପ୍ରାୟ ତିନି ବର୍ଗ କିଲୋମିଟର ଭିତରେ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ଶାଖା ରହିଛି । ଅଧିକାଂଶ ଅଂଚଳରେ ଗ୍ରାହକମାନେ ଶାଖାକୁ ଆସନ୍ତୁ ବୋଲି ବ୍ୟାଙ୍କ ଚାହୁଥିବା ବେଳେ କିଛି ଗ୍ରାହକଙ୍କ ପାଖରେ ବ୍ୟାଙ୍କର କର୍ମଚାରୀ ପହଞ୍ଚୁଛନ୍ତି । କାରବାର କରିବା ବେଳେ ମୁହଁ ମାସ୍କ ଓ ହାତରେ ଗ୍ଲୋଭସ୍ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ବ୍ୟାଙ୍କ ତରଫରୁ ଗ୍ରାହକମାନଙ୍କୁ କୁହାଯାଉଛି । ବନ୍ଧନ ବ୍ୟାଙ୍କ ତରଫରୁ ପଶ୍ଚିମବଙ୍ଗ, ଆସାମ, ବିହାର, ଝାଡ଼ଖଣ୍ଡ, ଉତରପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଓ ହରିଆନାରେ ଚିହ୍ନଟ କରାଯାଇଥିବା ଗ୍ରିନ୍ ଜୋନ୍ରେ କ୍ଷୁଦ୍ର ବ୍ୟବସାୟ ଋଣ ସେବା ଆରମ୍ଭ କରାଯାଇଛି । ଚଳିତ ମାସ ୨୦ ଠାରୁ ଏହି ସେବା ପୁନର୍ବାର ଉପଲବ୍ଧ ହୋଇଛି । ସରକାର ଏବଂ ସ୍ଥାନୀୟ କର୍ତୁପକ୍ଷଙ୍କ ନିର୍ଦେଶ ଅନୁସାରେ ଅନ୍ୟ ସ୍ଥାନଗୁଡ଼ିକରେ ଏହି ସେବା ଶୀଘ୍ର ଆରମ୍ଭ କରାଯିବ ।
ବନ୍ଧନ ବ୍ୟାଙ୍କର ଏମ୍ଡି ଓ ସିଇଓ ଚନ୍ଦ୍ର ଶେଖର ଘୋଷ କହିଛନ୍ତି ଯେ, “ଲକ୍ଡାଉନ୍ ସମୟରେ ଆମର କ୍ଷୁଦ୍ର ବ୍ୟବସାୟୀ ଗ୍ରାହକମାନେ ଯେଉଁ ପ୍ରଭାବ ସାମ୍ନା କରିଛନ୍ତି ସେଥିରୁ ଉଦ୍ଧାର ପାଇବା ଲାଗି ଆର୍ଥିକ ସହଯୋଗ ଲୋଡ଼ିଛନ୍ତି । ଜୀବନ ବଂଚାଇବା ଲାଗି ଲକ୍ଡାଉନ୍ ଜରୁରୀ ଥିବା ବେଳେ ପୁର୍ନବାର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଆର୍ଥିକ ସହାୟତା ମଧ୍ୟ ଜରୁରୀ । ବିଭିନ୍ନ ସ୍ଥାନରେ ଥିବା ଆମ କ୍ଷୁଦ୍ର ବ୍ୟବସାୟୀ ଗ୍ରାହକଙ୍କ ଅନୁରୋଧ ଏବଂ ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଏହି ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ । ସଂଖ୍ୟାଧିକ ଗ୍ରାହକ ସହିତ ଆମର ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଗଢ଼ି ଉଠିଥିବା ଗଭୀର ସମ୍ପର୍କକୁ ନେଇ ଆମେ ଏହି କଠିନ ସମୟରେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛୁ । ଏହା ହେଉଛି ଏଭଳି ଏକ ସମୟ ଯେତେବେଳେ ଆମେ ସେମାନଙ୍କ ଆବଶ୍ୟକତା ପାଇଁ ସେବା ପ୍ରଦାନ କରୁଛୁ । ଆମେ ଏବେ ସୀମିତ ସେବା ପ୍ରଦାନ କରୁଛୁ । ଆମେ ସମୀକ୍ଷା ଜାରି ରଖିବୁ ଏବଂ ସ୍ଥିତିକୁ ନଜରରେ ରଖି ଆମର ସେବା ପରିମାଣ ଆଗକୁ ବଢ଼ାଇବୁ ।’’
Related Stories
July 11, 2024
June 23, 2024