ଭୁବନେଶ୍ୱର । ନିଲମ୍ବିତ ହୋଇଥିବା ବଡଚଣା ଥାନା ଆଇଆଇସି ଦୀପକ ଜେନାଙ୍କ ବିରୁଦ୍ଧରେ ବଡଚଣା ଥାନାରେ ଏକ ମାମଲା ରୁଜୁ ହୋଇଛି । ଘରୋଇ ଗାଡିରେ ବତି ଲଗାଇ ପୁରୀ ଯାଇଥିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ଜଣା ପଡିଛି । ନିଲମ୍ବିତ ଆଇଆଇସିଙ୍କ ବିରୁଦ୍ଧରେ ତଦନ୍ତ ଜାରୀ ରହିଥିବା ଜଣା ପଡିଛି ।
ଉଲ୍ଲେଖନୀୟ ଯେ ଲକ ଡାଉନ ସତ୍ୱେ ସେ ସପରିବାର ପୁରୀ ଆସି ଶ୍ରୀମନ୍ଦର ଦର୍ଶନ କରିଥିଲେ । ଏ ସମ୍ପର୍କରେ ଜଣା ପଡିବା ପରେ ପୁରୀର ସିଂହଦ୍ୱାର ଥାନାରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରା ଯାଇଥିଲା । ଏହା ପରେ ପୋଲିସ ମହା ନିର୍ଦେଶକ ତାଙ୍କୁ ନିଲମ୍ବିତ କରିଥିଲେ ।