ଭୁବନେଶ୍ୱର– ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗାମୀ ମଇ ୩ ତାରିଖ ଯାଏ ବନ୍ଦ ରହିବା ସମ୍ପର୍କରେ ଏହି ଦୁଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ଦ୍ୱାରା ସୂଚନା ଦିଆ ଯାଇଛି ।
ମିଳିଥିବା ସୂଚନା ଅନୁସାରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆଗାମୀ ୧୭ ଜୁନ ଯାଏ କ୍ଲାସ ବନ୍ଦ ରହିବ । କିନ୍ତୁ ଛାତ୍ର – ଛାତ୍ରୀ ମାନଙ୍କ ପାଇଁ ଅନଲାଇନରେ ଶିକ୍ଷା ଜାରୀ ରହିବ । ଏହି ସମୟରେ ଅଫିସ କର୍ମଚାରୀ ଓ ଅନ୍ୟାନ୍ୟ ଷ୍ଟାଫ ଅଫିସରେ ଉପସ୍ଥିତ ରହିବେ ବୋଲି ଜଣା ପଡିଛି ।