ବାରିପଦା– ମୟୂରଭଞ୍ଜ ଜିଲ୍ଲାର ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆରଏମ) ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସୋମବାର ରାତି ପ୍ରାୟ ସାଢ଼େ ୯ ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ହସପିଟାଲର ସାଇକାଟ୍ରିକ ବିଭାଗର ଓପିଡ଼ିରେ ଥିବା ଏସିରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିବା ବେଳେ ଘଟଣାରେ କେହି ମୃତାହତ ହୋଇନାହାଁନ୍ତି । ଅଗ୍ନିକାଣ୍ଡରେ ଓପିଡ଼ିରେ ଲାଗିଥିବା ଏସିଟି ସମ୍ପୂର୍ଣ୍ଣ ଜଳି ଯାଇଛି । ତେବେ ଅନ୍ୟ କୌଣସି ସମ୍ପତି କ୍ଷୟକ୍ଷତି ହୋଇନଥିବା ମେଡ଼ିକାଲ ସୂତ୍ରରୁ ପ୍ରକାଶ ।
Related Stories
November 25, 2024