ଭୁବନେଶ୍ୱର । ଯାଜପୁରରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ତିନି ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଂଟାଇନରେ ରଖା ଯାଇଛି । ଯାଜପୁର ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଗତକାଲି ଆକ୍ରାନ୍ତଙ୍କର ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରା ଯାଇଛି । କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣଙ୍କ ଚିକିତ୍ସା ପାଇଁ ଏଠାରୁ ଆସିଥିବା ବେଳେ ଏହି ଡାକ୍ତର ଓ ନର୍ସ ମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ।