ଭୁବନେଶ୍ୱର– ଲକଡାଉନ ଜାରୀ ରହିଥିବା ସତ୍ୱେ ଭୁବନେଶ୍ୱରରେ ନିର୍ମାଣ କାମ ପାଇଁ ନିୟମକୁ ମଙ୍ଗଳବାର କୋହଳ କରା ଯାଇଛି । ବିଏମସି ପକ୍ଷରୁ ଏଥି ନିମିତ ନିୟମକୁ କୋହଳ କରା ଯିବା ସହ ନିର୍ଦେଶନାମା ଜାରୀ କରା ଯାଇଛି ।
ଏହି ନିର୍ଦେଶନାମା ଅନୁସାରେ ଆଜି ଠାରୁ ରାଜଧାନୀରେ ନିର୍ମାଣ ପାଇଁ କନଷ୍ଟ୍ରକ୍ସନ ସାଇଟରେ ଥିବା ଶ୍ରମିକଙ୍କୁ ଅନୁମତି ମିଳିବ । ନିର୍ମାଣ ଉପକରଣ ଲାଗି ଦୋକାନୀ ମାନେ ଟେଲିଫୋନ ମାଧ୍ୟମରେ ଅର୍ଡର ସାମଗ୍ରୀ ପଠାଇ ପାରିବେ । ଇଂଜିନିୟର ମାନେ କମ୍ପାନୀ ପରିଚୟ ପତ୍ର ଦେଖାଇ ନିର୍ମାଣ ସ୍ଥଳକୁ ଯାଇପାରିବେ ।