ଭୁବନେଶ୍ୱର। କରୋନା ଚିକିତ୍ସା କାମରେ ଲାଗିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି । କରୋନା ଚିକିତ୍ସା ବେଳେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ମିଳିବ । ସେମାନଙ୍କୁ ଶହୀଦର ମାନ୍ୟତା ଦିଆ ଯିବ । ସେ ମଙ୍ଗଳବାର ଦିନ ଭିଡିଓ ବାର୍ତାରେ ଏହା କହିଛନ୍ତି ।
ସେ କହିଛନ୍ତି ଯେ କରୋନା ଯୁଦ୍ଧରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନେ ହେଉଛନ୍ତି ଯୋଦ୍ଧା । ତାଙ୍କର ମୃତ୍ୟୁ ହେଲେ ରାଜ୍ୟ ସରକାର ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବେ । ସେମାନଙ୍କର ଅବସର ଗ୍ରହଣ କରିବା ସମୟ ଯାଏ ସେମାନଙ୍କ ପରିବାରକୁ ଦରମା ପ୍ରଦାନ କରା ଯିବ ।
ସେ କହିଛନ୍ତି ଯେ ଚିକିତ୍ସା ବେଳେ କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଲେ ପୂର୍ଣ ମର୍ଯ୍ୟାଦାର ସହ ସେମାନଙ୍କର ଶେଷ କୃତ୍ୟ ସମ୍ପନ୍ନ କରା ଯିବ ।
ଡାକ୍ତରଙ୍କୁ ଆକ୍ରମଣ ନେଇ ସେ ଚେତାବନୀ ଦେଇଛନ୍ତିା ଡାକ୍ତରଙ୍କୁ ଆକ୍ରମଣ କଲେ କିମ୍ବା ସେମାନଙ୍କୁ କାମରେ ବାଧା ଦେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି ସେ କହିଛନ୍ତି । ଡାକ୍ତରଙ୍କ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଏନଏସଏ ଲାଗୂ ହେବ ।