ଲସ ଏଞ୍ଜଲେସ୍– ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦେଶାନ୍ତର ଉପରେ ରୋକ୍ ଆଦେଶ ନେଇ ଦୁନିଆରେ ଚହଳ ପଡିଛି । ଟ୍ରମ୍ପ ଟୁଇଟ୍ କରି କହିଛନ୍ତି ସେ ଏହି ମାମଲାରେ ଏକ କାର୍ଯ୍ୟକାରୀ ଆଦେଶ ଉପରେ ହସ୍ତାକ୍ଷର କରୁଛନ୍ତି । ଆମେରିକା ନାଗରିକଙ୍କ ହିତ ଓ ସେମାନଙ୍କର ରୋଜଗାରର ସୁରକ୍ଷାକୁ ଦୃଷ୍ଟିରେ ରଖି ଏମିତି କରାଯାଉଥିବା ସେ କହିଛନ୍ତି । ମାତ୍ର ଏହି ଆଦେଶରେ କାହାର କେତେ କ୍ଷତି ହେବ ଏହା ଉପରେ କିଛି ଉଲ୍ଲେଖ କରି ନାହାନ୍ତି । କୁହାଯାଉଛି ଯେ, ଦିଆଯାଉଥିବା ଗ୍ରୀନ କାର୍ଡ ଉପରେ ଉପରେ ମଧ୍ୟ ରୋକ୍ ଲଗାଯାଇପାରେ ।
ଆମେରିକୀ ଗଣମାଧ୍ୟମରେ ଏହି ଚର୍ଚ୍ଚା ଜୋର ଧରିଛି ଯେ, ଆମେରିକୀୟଙ୍କ ରୋଜଗାର ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରମ୍ପ ସରକାର ଚୀନ ସହିତ ଆଫ୍ରିକା ଏବଂ କିଛି ଦେଶର ନାଗରିକଙ୍କୁ ଆମେରିକା ଆସିବା ଏବଂ ରୋଜଗାର କରିବା ଉପରେ ରୋକ୍ ଲଗାଇ ପାରନ୍ତି । ଏପରିକି ଗ୍ରୀନକାର୍ଡ ଉପରେ ମଧ୍ୟ ରୋକ୍ ଲଗାଯାଇପାର । ଏହି ଆଦେଶରେ ଏଚ ୧ ବି ଆଧାରରେ ଅସ୍ଥାୟୀ ଭିସା ନିଲମ୍ବିତ କରାଯାଇପାରେ । ଟ୍ରମ୍ପ ମଙ୍ଗଳବାର ଏହି କାର୍ଯ୍ୟକାରୀ ଆଦେଶ ଉପରେ ହସ୍ତାକ୍ଷର କରି ପାରନ୍ତି ।
କୋଭିଡ-୧୯ କାରଣରୁ ଗତ ଚାରି ସପ୍ତାହରେ ଦୁଇ କୋଟି ୨୦ ଲକ୍ଷ ରୋଜଗାର ଛାଡି ସାରିଛନ୍ତି କିମ୍ବା ସେମାନଙ୍କୁ ରୋଜଗାରରୁ ହଟାଯାଇଛି ।