ଲସ୍ ଏଞ୍ଜଲେସ୍– କରୋନା ଭାଇରସ୍ ମହାମାରୀ ପରେ ମଧ୍ୟ ଆମେରିକାରେ ବନ୍ଧୁକ ଓ ଗୁଳି ବିକ୍ରିରେ ୩୦୦ ଗୁଣ ବୃଦ୍ଧି ଘଟିଛି । ଏହି ସମୟରେ ଅପରାଧିକ ଘଟଣାରେ ସାମାନ୍ୟ କିଛିଟା ହ୍ରାସ ଘଟିଛି । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ଫେବୃଆରୀ ୨୩ ରୁ ମାର୍ଚ୍ଚ ୧୫ ମଧ୍ୟରେ ବନ୍ଧୁକ, ପିସ୍ତଲ ଆଦି ବିକ୍ରିରେ ୩୦୯ ପ୍ରତିଶତ ବୃଦ୍ଧି ଘଟିଛି । ଚିକାଗୋ, ଡେତ୍ରାଇଟ୍ ଓ ନ୍ୟୁୟର୍କରେ ଅପରାଧିକ ଘଟଣାରେ ହ୍ରାସ ଘଟିଥିବା ପୋଲିସ କହିଛି ।
ଏଫବିଆଇ ଅନୁଯାୟୀ କୋଭିଡ-୧୯କୁ ଦୃଷ୍ଟିରେ ରଖି ଗତ ମାସରେ ଲୋକଙ୍କୁ ବନ୍ଧୁକର ଲାଇସେନ୍ସ ଦେବା ପୂର୍ବରୁ ମାର୍ଚ୍ଚ ମାସରେ ୩୭ ଲକ୍ଷ ଲୋକଙ୍କ ଅପରାଧିକ ପୃଷ୍ଠଭୂମି ଅଛି କି ନାହିଁ ଯାଂଚ କରାଯାଇଥିଲା । ଯାହା ଗତ ୨୦୧୯ ମାର୍ଚ୍ଚ ତୂଳନାରେ ୧୦ ଲକ୍ଷ ଅଧିକ ରହିଛି । ଏଫବିଆଇ କହିଛି ଯେ, ଗତ ବର୍ଷ ଏହି ଅବଧିରେ ୨୫ ଲକ୍ଷ ଅସ୍ତ୍ର ଶସ୍ତ୍ର ବିକ୍ରି ହୋଇଥିଲା ।
ଟ୍ରମ୍ପ ପ୍ରଶାସନର ନୂତନ ଗାଇଡ୍ ଲାଇନ୍ ଅନୁସାରେ ଅସ୍ତ୍ର ଶସ୍ତ୍ର ଷ୍ଟୋର, ସୁଟିଂ ରେଂଜ ଓ ଅସ୍ତ୍ର- ଶସ୍ତ୍ର ନିର୍ମାତାଙ୍କୁ ଜରୁରୀ ସମ୍ବଳର ବ୍ୟବସ୍ଥା କରାଯାଇଛି । ୟୁଏସ ଟୁଡେର ଏକ ସର୍ଭେ ଅନୁସାରେ କୋଭିଡ-୧୯ କାରଣରୁ ଗତ ମାସ ଫେବୃଆରୀ ତୂଳନାରେ ଚଳିତ ମାସରେ ଅପରାଧିକ ଘଟଣାରେ ହ୍ରାସ ଘଟିଛି । ଏହି ଅବଧିରେ ମାତ୍ର ୪୭ ଜଣଙ୍କୁ ଗିରଫ କରାଯାଇଛି ।
ଅସ୍ତ୍ର ଶସ୍ତ୍ର ବିକ୍ରି ବୃଦ୍ଧିର କାରଣରେ ଏହା କୁହାଯାଉଛି ଯେ, ଲୋକେ ପୋଲିସକୁ ସୁରକ୍ଷା ମାଗିବା ପରିବର୍ତେ ନିଜ ପାଖରେ ଅସ୍ତ୍ର ଶସ୍ତ୍ର ରଖିବାରେ ନିଜକୁ ଅଧିକ ସୁରକ୍ଷିତ ଅନୁଭବ କରୁଛନ୍ତି ।