ଲସ ଏଞ୍ଜଲେସ୍– ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗଙ୍କ ହାର୍ଟ ଅପରେସନକୁ ନେଇ ଆମେରିକୀ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । କିମ ଜୋଙ୍ଗ ଉନଙ୍କୁ ଗତ ୪୦ ଦିନ ହେବ ଦେଖିବାକୁ ମିଳୁନଥିଲା । ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ଅନେକ ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଥିଲା । ଏହା ମଧ୍ୟ କୁହାଯାଉଛି ଯେ, ଜିମଙ୍କୁ ଶେଷ ଥର କମ୍ୟୁନିଷ୍ଟ ପାର୍ଟିର ଏପ୍ରିଲ ୧୧ରେ ହୋଇଥିବା ପୋଲିଟ୍ ବ୍ୟୁରୋ ବୈଠକରେ ଦେଖିବାକୁ ମିଳିଥିଲା ।
କିମ୍ ଜୋଙ୍ଗ ଉନଙ୍କ ହାର୍ଟ ଅପରେସନ ବିଷୟରେ ଦକ୍ଷିଣ କୋରିଆ ଗଣମାଧ୍ୟମ ପକ୍ଷରୁ ଖବର ପ୍ରସାରଣ ମଧ୍ୟ ହେଉଛି । କୁହାଯାଉଛି ଯେ, କିମ୍ ଜୋଙ୍ଗ ଉନଙ୍କୁ ଉତର କୋରିଆର ସଂସ୍ଥାପକ ତଥା ନିଜ ଦାଦା କିମଙ୍କ ଏପ୍ରିଲ ୫ରେ ଅନୁଷ୍ଠିତ ଜନ୍ମ ଦିବସ ସମାରୋହରେ ମଧ୍ୟ ସାମିଲ ହୋଇନଥିଲେ । ସେହି ଦିନ ଉତର କୋରିଆ ପକ୍ଷରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ପ୍ରକ୍ଷେପଣ କରିଥିଲା ।
ନ୍ୟୁୟର୍କ ଟାଇମ୍ସ ଉତର କୋରିଆର ଏକ ଦୈନିକ ଉଏବସାଇଟ୍ ସୂତ୍ରରୁ କହିଛି ଯେ, କିମମାଉଂଟ କମଗଙ୍ଗ ରିସୋର୍ଟରେ କିମ ଜୋଙ୍ଗ ସୁସ୍ଥତା ଲାଭ କରୁଛନ୍ତି । ଏପ୍ରିଲ ୧୨ରେ ତାଙ୍କର ହାର୍ଟ ଅପରେସନ ହୋଇଥିବା କୁହାଯାଉଛି । ଉଏବସାଇଟ୍ ଏହା ମଧ୍ୟ ଦାବି କରିଛି ଯେ, କିମ୍ ଅତ୍ୟଧିକ ସିଗାରେଟ୍ ସେବନ ଏବଂ ମୋଟାପଣ କାରଣରୁ ଶାରୀରିକ ଅସୁସ୍ଥତା ଅନୁଭବ କରୁଥିଲେ । ଉତର କୋରିଆରେ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଗୋପନୀୟତା ରଖାଯାଉଛି ।