ବ୍ରହ୍ମପୁର: ସହରୀ ବେତନ ନିଯୁକ୍ତି ଅଭିଯାନ ଅଧିନରେ ୨ଟି ପାଇଲେଟ୍ କାର୍ଯ୍ୟ ଆରମ୍ଭ କରିଛି ବ୍ରହ୍ମପୁର ମହାନଗର ନିଗମ । ନିଗମର ୨ଟି ସ୍ୱୟଂ ସହାୟିକା ଗୋଷ୍ଠୀର ୨୦ଜଣ ସଦସ୍ୟଙ୍କୁ ବେତନ ନିଯୁକ୍ତି ପ୍ରଦାନ କରାଯାଇଥିଲା । ପ୍ରଥମଟି ହେଉଛି ଟାଉନ୍ ଥାନା ସମ୍ମୁଖରେ କାନ୍ଥ ପେଣ୍ଟିଂ ଓ ଦ୍ୱିତୀୟଟି ପୁରୁଣା ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟରେ ପର୍କୋଲେସନ୍ ଗର୍ତ୍ତ(ଛୋଟ ଛୋଟ ଗର୍ତ୍ତ) । ସୋମବାର ଦିନ ଏହି ୨ଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟ ସକାଳ ୯.୩୦ରୁ ୧୧.୩୦ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡିଛି । ମଙ୍ଗଳବାର ଠାରୁ ଏହି କାର୍ଯ୍ୟ ସକାଳ ୬.୩୦ରୁ ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ କହିଛନ୍ତି । ବିଏମ୍ସି ଅଞ୍ଚଳରେ ବେତନ ରୋଜଗାର ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ନିଗମରେ ପଞ୍ଜିକରଣ ବୁଧବାର ଠାରୁ ସମ୍ପୃକ୍ତ ୱାର୍ଡ କାର୍ଯ୍ୟାଳୟରେ କରାଯିବ ବୋଲି ସେ କହିଛନ୍ତି । ପ୍ରତ୍ୟେକ ୱାର୍ଡ ପାଇଁ ନିଆଯିବାକୁ ଥିବା ପ୍ରକଳ୍ପଗୁଡିକ ଚୂଡାନ୍ତ ରୂପେ ନୋଡାଲ ଅଧିକାରୀଙ୍କ ନେତୃତ୍ୱରେ ୱାର୍ଡସ୍ତରୀୟ କମିଟି ଗଠନ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି ।

Related Stories
November 25, 2024