ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ୪୦ଟି ୱାର୍ଡରେ ବସବାସ କରୁଥିବା ସମସ୍ତ ଘରର ସଦସ୍ୟଙ୍କ ଥର୍ମାଲ ସ୍କ୍ରିନିଂ(ଶରୀର ତାପମାତ୍ରା ଯାଞ୍ଚ) ଯଥା ଜ୍ୱର ଅଛିକି ନାହିଁ ତାହାର ତଥ୍ୟ ସଂଗ୍ରହ କରିବା ପାଇଁ ବିଏମ୍ସି କର୍ତ୍ତୃପକ୍ଷ ସୋମବାର ଠାରୁ ପ୍ରୟାଶ ଆରମ୍ଭ କରିଛନ୍ତି । ଆଗାମୀ ୫ଦିନଧରି ହେବାକୁ ଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଥମଦିନରେ ନିଗମର ୧୦ଟି ୱାର୍ଡରେ ଏହି ସ୍କ୍ରିନିଂ ଆରମ୍ଭ ହୋଇଥିଲା । କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିଗମର ସ୍ୱାସ୍ଥ୍ୟ କର୍ମୀ ଯଥା- ଆଶା, ଏଏନ୍ଏମ୍, ଅଙ୍ଗନୱାଡ଼ି କର୍ମୀଙ୍କୁ ନେଇ ୧୦ଟି ଟିମ୍ରେ ଡାକ୍ତରଙ୍କ ଉପସ୍ଥିତିରେ ଏହି ସ୍କ୍ରିନିଂ ଆରମ୍ଭ ହୋଇଛି । ପ୍ରଥମଦିନରେ ନିଗମର ୧୨, ୨୬, ୩୩, ୩୯, ୩୮, ୧୩, ୬, ୧୯, ୧୫, ୧ ନମ୍ବର ୱାର୍ଡର ୧୫୬୫ଘରକୁ ଯାଇ ୬୨୧୩ଜଣଙ୍କ ସ୍ୱାସ୍ଥ୍ୟର ଥର୍ମାଲ ସ୍କ୍ରିନିଂ ବା ଶରୀର ତାପମାତ୍ରା ଯାଞ୍ଚ କରାଯାଇଥିଲା । ତେବେ ନିଗମର ଏଭଳି ପଦକ୍ଷେପକୁ ସହରବାସୀ ସ୍ୱାଗତ କରିଥିବା ଜଣାପଡିଛି ।

Related Stories
November 25, 2024