
ଲକ୍ଷ୍ନୌ– ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପାଲଘରରେ ଜୁନା ଅଖାଡାର ସନ୍ଥଙ୍କୁ ପିଟି ପିଟି ହତ୍ୟା କରିବା ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଟୁଇଟ୍ର ଆକାଉଂଟ ଜରିଆରେ ସୋମବାର ଏହି ସୂଚନା ଦେଇଛନ୍ତି ଯେ, ସେ ମହାରାଷ୍ଟ୍ରର ପାଲଘରରେ ଜୁନା ଆଖଡାର ସନ୍ଥ ସ୍ୱାମୀ କଳ୍ପବୃକ୍ଷ ଗିରି, ସ୍ୱାମୀ ସୁଶିଲ ଗିରି ଓ ତାଙ୍କ ଡ୍ରାଇଭର ନିଲେଶ ତେଲଗଡେଙ୍କ ହତ୍ୟା ସମ୍ବନ୍ଧରେ ଗତକାଲି ସନ୍ଧ୍ୟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଛି । ଘଟଣାରେ ସଂଶ୍ଲିଷ୍ଟ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛି ।
ଏହି ଘଟଣାରେ କିଛି ଲୋକଙ୍କୁ ଗିରଫ କରାଯାଇଛି । ବାକି ଆରୋପିଙ୍କୁ ଗିରଫ କରାଯାଇ ସମସ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିବା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପକ୍ଷରୁ କୁହାଯାଇଥିଲା ।
ଉଲ୍ଲେଖ ଯୋଗ୍ୟ, ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକ ଗାଁରେ ଜୁନା ଜୁନା ଅଖାଡର ଦୁଇ ଜଣ ସାଧୁ ସମେତ ତିନି ଲୋକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ପୋଲିସ୍ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ୧୧୦ ଜଣ ଗାଁ ଲୋକଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିଛି । ସେମାନନଙ୍କ ମଧ୍ୟରୁ ୧୦୧ ଜଣଙ୍କୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ପୋଲିସ ହେପାଜତରେ ପଠାଇ ଦିଆଯାଇଛି । ୯ ଜଣ ନାବାଳକଙ୍କୁ ଏକ ବାଳଶ୍ରମକୁ ପଠାଇ ଦିଆଯାଇଛି ।
ସାଧୁଙ୍କ ନିର୍ମତ ହତ୍ୟାକୁ ନେଇ ସାଧୁ-ସନ୍ଥ ସହିତ ନେତା ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଅଖିଳ ଭାରତୀୟ ଅଖାଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରି ଏହି ଘଟଣାକୁ କଡା ଶବ୍ଦରେ ନିନ୍ଦା କରିଛନ୍ତି । ସେ କହିଛନ୍ତି ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ଗାଁରେ ବ୍ରହ୍ମଲୀନ ସନ୍ଥଙ୍କୁ ସମାଧି ଦେବାକୁ ଯାଉଥିବା ସାଧୁ-ସନ୍ଥଙ୍କ ଉପରେ ପୋଲିସ ଉପସ୍ଥିତିରେ ଏକ ବିଶେଷ ଧର୍ମର ଲୋକ ଆକ୍ରମଣ କରି ହତ୍ୟା କରି ଦେଲେ । ସେ କହିଛନ୍ତି ପାଲଘରର ବରିଷ୍ଠ ପୋଲିସ ଅଧୀକ୍ଷକଙ୍କ ସହ ଫୋନରେ କଥା ହୋଇ ଅଖାଡା ପରିଷଦ ନିଜର ବିରୋଧ ଜଣାଇଛି ଏବଂ ଅପରାଧୀଙ୍କୁ ଗିରଫ କରିବାକୁ ଦାବି କରିଛି ।
ମହନ୍ତ ଗିରି କହିଛନ୍ତି ଲକ୍ଡାଉନ୍ ପରେ ଅଖାଡା ପରିଷଦ ହରିଦ୍ୱାରରେ ବୈଠକ କରି ଆନ୍ଦୋଳନର ରଣନୀତି ପ୍ରସ୍ତୁତ କରିବେ । ସେ ମହାରାଷ୍ଟ୍ର ସରକାରଙ୍କୁ ଚେତାଇ ଦେଇଛନ୍ତି ଯେ, ଯଦି ସରକାର ହତ୍ୟାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଅଖାଡେ ବୈଠକ କରି ମହାରାଷ୍ଟ୍ର ସରକାର ବିରୋଧରେ ଆନ୍ଦୋଳନର ଶଙ୍ଖନାଦ କରିବ । ଏହା ସହିତ ଭକ୍ତଙ୍କୁ ଲକ୍ଡାଉନ୍ରେ ବ୍ରହ୍ମଲୀନ ହୋଇଥିବା କୌଣସି ସାଧୁଙ୍କ ସମାଧିରେ ସୀମିତ ସଂଖ୍ୟାରେ ଉପସ୍ଥିତି ରହିବାକୁ ଅପିଲ କରିଛନ୍ତି ।