ଓଟାଓ୍ଵା– କାନାଡାର ନୋଭା ସ୍କୋଟିଆ ପ୍ରାନ୍ତର ଏକ ଗାଁରେ ରବିବାର ଗୁଳିମାଡରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଗୁଳିମାଡ ଘଟଣାରେ ସନ୍ଦିଗ୍ଧ ବନ୍ଧୁକଧାରୀ ବି ପୋଲିସ ଗୁଳିରେ ପ୍ରାଣ ହରାଇଛି । କାନାଡାର ଇତିହାସରେ ଏହା ସବୁଠୁ ବଡ ହତ୍ୟା ଘଟଣା କୁହାଯାଉଛି । ଏହି ଘଟଣାରେ ରୟାଲ କନେଡିୟନ ପୋଲିସର ଏକ ସିପାହୀ ହାଇଡି ଷ୍ଟିଭନସନଙ୍କ ମୃତ୍ୟୁ ଘଟିଛି । ବନ୍ଧୁକଧାରୀ ଜଣେ ଦନ୍ତ ଚିକିତ୍ସକ ହୋଇଥିବା କୁହାଯାଉଛି । ଏହି ଘଟଣା ପଛର ପ୍ରକୃତ କାରଣ ବିଷୟରେ ତଦନ୍ତ ଜାରି ରହିଛି।
କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ଗୁଳିମାଡ ଘଟଣାର ତୀବ୍ର ନିନ୍ଦା କରିଛନ୍ତି । କାନାଡାର ଆମର୍ସ ଆକ୍ଟ ଆଧାରରେ ବନ୍ଧୁକଧାରୀଙ୍କୁ ପ୍ରଶାସନଠୁ ଲାଇସେନ୍ସ ନେବା ବାଧ୍ୟତାମୂଳକ । ପୋଲିସ ଅନୁଯାୟୀ କାନାଡାରେ ଆମର୍ସ ଆକ୍ଟ ଅଧୀନରେ ୨୨ ଲକ୍ଷ ଲାଇସେନ୍ସ ପ୍ରଦାନ କରାଯାଇଛି । କାନାଡାର ବଡ ସହରରେ ଲୋକ ବନ୍ଧୁକ ଲାଇସେନ୍ସ ପକ୍ଷରେ ଥିବା ବେଳେ ଗ୍ରାମାଂଚଳର ଲୋକ ବନ୍ଧୁକ ଲାଇସେନ୍ସକୁ ବିରୋଧ କରୁଛନ୍ତି ।