ବାଲେଶ୍ୱର– ବାଲେଶ୍ୱର ଜିଲ୍ଲାର ନୀଳଗିରି ବରହମପୁର ଥାନା ଅଂଚଳରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରେ ରହିଛି ଏକ ଅଢ଼େଇ ବର୍ଷିୟା ଶିଶୁକନ୍ୟା । ୧୬ ତାରିଖରେ ଏହି ଦୁଇ ଆକ୍ରାନ୍ତଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଆଜି ଏହାର ରିପୋର୍ଟ ଆସିଛି । ଏବେ ସମ୍ପୃକ୍ତ ପରିବାରକୁ କ୍ୱାରେଂଟାଇନରେ ରଖାଯାଇଛି । ସମ୍ପୃକ୍ତ ଅଂଚଳକୁ କଂଟେନମେଂଟ ଜୋନ୍ କରିବା ପାଇଁ ପ୍ରକ୍ରିୟା ଚାଲୁ ରହିଛି ବୋଲି ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନା ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୧୮ ତାରିଖରେ ବାଲେଶ୍ୱର ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶେଧମୂଳକ ପଦକ୍ଷେପ ସ୍ୱରୂପ ସହରର ତିନୋଟି ୱାର୍ଡ଼କୁ କଂଟେନମେଂଟ ଜୋନ୍ ଘୋଷଣା କରାଯିବା ସହ ଏହାକୁ ସିଲ୍ କରାଯାଇଥିଲା । ଏହି ନିଷିଦ୍ଧାଚଂଳ ମଧ୍ୟରେ ୨୯ ନଂ ୱାର୍ଡ଼ ସମ୍ପୂର୍ଣ୍ଣ ଏବଂ ୧୮ ଓ ୨୮ ନଂ ୱାର୍ଡର ଆଂଶିକ ଅଂଚଳ ରହିଛି । ସମ୍ପୃକ୍ତ ତିନୋଟି ୱାର୍ଡ଼ର ୯ଟି ପ୍ରବେଶ ପଥକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ ।