
ଲସ୍ ଏଞ୍ଜେଲ୍ସ– ଆମେରିକାରେ ଅଶୋଧିତ ତୈଳ ଦରରେ ୧୪ ପ୍ରତିଶତ ହ୍ରାସ ଘଟିଛି। ଏହା ସହିତ ଡବ୍ଲ୍ୟୁ ଟି ଆଇ ତୈଳ ୨୧ ବର୍ଷରେ ସବୁଠୁ ନିମ୍ନ ସ୍ତରକୁ ଖସି ଆସିଛି । ଏସିଆରେ ସୋମବାର ଆମେରିକୀ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୫.୬୫ ଡଲାର ରହିଛି ।
କୋଭିଡ୍-୧୯ କାରଣରୁ ଅଧା ଦୁନିଆ ଲକଡାଉନରେ ଥିବାରୁ ତୈଳର ଚାହିଦା ବହୁ ମାତ୍ରାରେ ହ୍ରାସ ଘଟିଛି । ପରିଣାମ ସ୍ୱରୂପ ତୈଳ ଉତ୍ପାଦକ ଦେଶ ଗତ ସପ୍ତାହରେ ତୈଳ ଉତ୍ପାଦନରେ ପ୍ରତି ଦିନ ୯୭ ଲକ୍ଷ ବ୍ୟାରେଲ ହ୍ରାସ କରିଥିଲେ । ଏହା ପରେ ମଧ୍ୟ ଅଶୋଧିତ ତୈଳର ଚାହିଦା ଓ ଉତ୍ପାଦନ ମଧ୍ୟରେ ସନ୍ତୁଳନ ରହୁନାହିଁ । ଚୀନ, ଭାରତ ପରେ ଆମେରିକା ଅଶୋଧିତ ତୈଳର ବଡ ଆମଦାନୀକାରୀ ଦେଶ ।
ଅଶୋଧିତ ତୈଳରେ ନିରନ୍ତର ଚାହିଦା କମିବାରୁ ବ୍ରେଂଟ ଓଏଲରେ ୦.୮ ପ୍ରତିଶତ ହ୍ରାସ ହେବାରୁ ସୋମବାର ଅଶୋଧିତ ତୈଳ ଦର ୟୁରୋପ ଓ ଏସିଅରେ ବ୍ୟାରେଲ ପିଛା ୨୭.୮୭ ଡଲାରରେ ବିକ୍ରି ହୋଇ ପାରିଛି ।