ଭୁବନେଶ୍ୱର। ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଆରଡିସି, ତହସିଲ, ଆରଆଇ ଅଫିସ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଆଜି ଠାରୁ କାମ ଆରମ୍ଭ କରିଛନ୍ତି ।  ସେହିପରି  ଗ୍ରୁପ ଏ ଅଧିକାରୀ ମାନେ ଅଫିସ ଆସି କାମ କରିବା ଆରମ୍ଭ କରିଛନ୍ତି ।
ଉଲ୍ଲେଖନୀୟ ଯେ ରବିବାର ଦିନ  ରାଜସ୍ୱ, ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ  ଏକ ନିର୍ଦେଶନାମା ଜାରି କରା ଯାଇଥିଲା ।
୯ଟି  ଜିଲ୍ଲାର ନୋଟିଫାଏଡ ସହରାଂଚଳର ବୋର୍ଡ ଅଫ ରେଭେନ୍ୟୁ ଓ ସବ ରେଜିଷ୍ଟ୍ରାର ଅଫିସ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଆରମ୍ଭ ହୋଇଛି । ଏଠାରେ ଗ୍ରୁପ ବି, ସି ଡିର କର୍ମଚାରୀ ୩୩ ପ୍ରତିଶତ  ରୋଷ୍ଟର  ଭିତିରେ କାମ କରୁଛନ୍ତି ।  ଏଗୁଡିକ ହେଲା ଖୋର୍ଧା, କଟକ, ସୁନ୍ଦରଗଡ, କେନ୍ଦ୍ରାପଡା, ଭଦ୍ରକ,ପୁରୀ, କଲାହାଣ୍ଡି,  ଯାଜପୁର, ଢେଙ୍କାନାଳ । ଷ୍ଟାମ୍ପ ଭେଣ୍ଡର ମାନଙ୍କୁ ଜିଲ୍ଲା ଓ ସବ ରେଜିଷ୍ଟ୍ରାର ଅଫିସରେ କାମ କରିବାକୁ ଦିଆ ଯାଇଛିା
                            
                        
	                    