ବ୍ରହ୍ମପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାଶରେ ଗଞ୍ଜାମ ଜିଲ୍ଲା ବ୍ୟାପୀ ଲକ୍ ଡାଉନ୍ ଯୋଗୁ ଶିଶୁ, ପ୍ରସୂତି ଓ ଗର୍ଭବତୀ ମାନଙ୍କୁ ଅଣ୍ଡା ଯୋଗାଣ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାକୁ ଦୂର କରିବା ଲାଗି ଗଞ୍ଜାମ ଜିଲ୍ଲାର ପ୍ରଥମ ପାଇଲଟ ପ୍ରକଳ୍ପ ଭାବେ ଜିଲ୍ଲା ପ୍ରଶାସନର ମହତ୍ୱାକାଂକ୍ଷ ପଦକ୍ଷେପ ସ୍ୱରୂପ ଜିଲ୍ଲାର ୩ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକୁ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଏବଂ ସରକାରୀ ନିର୍ଦ୍ଦାରିତ ଦର ଠାରୁ କମ୍ ମୂଲ୍ୟରେ ଅଣ୍ଡା ଯୋଗାଣ ଦାୟୀତ୍ୱ ଦିଆଯାଇଥିଲା । ସରକାରଙ୍କ ବିବୃତି ଅନୁଯାୟୀ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସୁଥିବା ମାସକୁ କୋମଳମତି ଶିଶୁଙ୍କ ପାଇଁ ଓ ପଞ୍ଜିକୃତ ଗର୍ଭବତୀ ମହିଳାମାନଙ୍କୁ ୧୨ଟି ଲେଖାଏଁ ଏବଂ ୩ବର୍ଷରୁ ୬ବର୍ଷ ପ୍ରିସ୍କୁଲରେ ପଞ୍ଜିକୃତ ହୋଇଥିବା ପିଲାମାନଙ୍କୁ ମାସକୁ ୨୦ଟି ଲେଖାଏଁ ଅଣ୍ଡା ଦେବାପାଇଁ ଧାର୍ଯ୍ୟ କରାଯାଇଛି । ବିଜେପି ଜିଲ୍ଲା ସଭାପତି ଅଭିଯୋଗ ପ୍ରକାରେ ବିଭିନ୍ନ ସମୟରେ ଅଣ୍ଡାଦର ବଢ଼ିଯିବା ଯୋଗୁ ଅଙ୍ଗନୱାଡ଼ି କର୍ମୀମାନେ ଉପରୋକ୍ତ ସରକାରଙ୍କ ଧାର୍ଯ୍ୟ ସଂଖ୍ୟକ ଅଣ୍ଡା ବଣ୍ଟନ କ୍ଷେତ୍ରରେ ଆର୍ଥିକ ସମସ୍ୟାର ସମ୍ମୁଖିନ ହେଉଥିଲେ । ଯାହାରି ଫଳରେ ପ୍ରସୂତି ଓ କୋମଳମତି ଶିଶୁମାନେ ବହୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଧାର୍ଯ୍ୟ ସଂଖ୍ୟକ ଅଣ୍ଡା ପାଇବାରୁ ବଞ୍ôଚତ ହୋଇ ଆସୁଥିଲେ । ବିଳମ୍ବରେ ହେଲେ ମଧ୍ୟ ଲକ୍ ଡାଉନ୍ ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଗଞ୍ଜାମ ଜିଲ୍ଲାର ପ୍ରଥମ ପାଇଲଟ ପ୍ରୋଜେକ୍ଟ ଭାବେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଭଞ୍ଜନଗର ଓ ଛତ୍ରପୁର ସବ୍ଡିଭିଜନର ୩ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଅଣ୍ଡା ଯୋଗାଣ ଦାୟୀତ୍ୱ ନ୍ୟସ୍ତ କରିଛନ୍ତି । ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକୁ ଅଣ୍ଡା ଯୋଗାଣ ପାଇଁ ଦାୟୀତ୍ୱ ନେଇଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଅଣ୍ଡା ଯୋଗାଣ କରୁଛନ୍ତି । ତେବେ ପ୍ରଶାସନ ପକ୍ଷରୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସୁଥିବା ଶିଶୁ ଓ ପ୍ରସୂତି ମହିଳାମାନଙ୍କୁ ଅଣ୍ଡା ବଣ୍ଟନ ଦାୟୀତ୍ୱ ଅଙ୍ଗନୱାଡ଼ି କର୍ମୀମାନଙ୍କ ଉପରେ ନ୍ୟସ୍ତ ଥିଲା ବେଳେ କେବଳ ଅଣ୍ଡା ଯୋଗାଣ ଦାୟୀତ୍ୱ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯିବା ଘଟଣାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଉପରୋକ୍ତ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାଶକୁ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ନକରାତ୍ମକ ମନ୍ତବ୍ୟ ଦେଇଛନ୍ତି । ଅନ୍ୟପଟେ ଆସିକା ସାଂସଦ ପ୍ରମିଳା ବିଷୋୟୀ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ପଦକ୍ଷେପକୁ ସ୍ୱାଗତ ଜଣାଇଛନ୍ତି । ହିତାଧିକାରୀଙ୍କ ମହଲରେ ମଧ୍ୟ ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପକୁ ସାଧୁବାଦ ଦେଇଛନ୍ତି । ସେହିପରି ଆସିକା ସଂସଦୀୟ କ୍ଷେତ୍ର ଯୁବ କଂଗ୍ରେସ ସଭାପତି ଅନିଲ ପରିଡା ପ୍ରଥମେ କିଛିଦିନତଳେ ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ସ୍ୱାଗତ ଜଣାଇଥିଲେ । ଗଞ୍ଜାମ ଜିଲ୍ଲାର ସମସ୍ତ ହିତାଧିକାରୀଙ୍କ ମହଲରୁ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଉକ୍ତ ଘଡିସନ୍ଧି ମୂହୁର୍ତ୍ତରେ କେଉଁଭଳି ସ୍ଥିତିରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କ ଲିଖିତ ଅଭିଯୋଗ ହିତାଧିକାରୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Related Stories
November 25, 2024