
ଅଧିକାଂଶ ମ୍ୟାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନେ କେବଳ ବନ୍ଧୁ ମିଳନ କାର୍ଯ୍ୟରେ ସୀମିତ ରହୁଥିବା ବେଳେ ଭଞ୍ଜନଗର ସରସ୍ୱତୀ ଶିଶୁ ମନ୍ଦିର ଆଲୁମିନି ୨୦୦୫ ଦଶମ ଶ୍ରେଣୀ ବ୍ୟାଚର ପୂର୍ବତନ ଛାତ୍ରଛାତ୍ରୀ ମାନେ ଏହି ଲକ ଡାଉନ ସମୟରେ ଗରୀବ ଓ ଅସହାୟ ଲୋକଙ୍କ ମୁଁହରେ ଗଣ୍ଡିଏ ଖାଦ୍ୟ ଯୋଗାଇ ଦେଇ ନିଜର ମହାନତା ର ପରିଚୟ ଦେଇଛନ୍ତି। ଏହି ବ୍ୟାଚର ବହୁ ଛାତ୍ର ରାଜ୍ୟ ବାହାରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ସହଯୋଗରେ ଆଜି ଭଞ୍ଜନଗର ଅଞ୍ଚଳରେ ଥିବା ୧୦୦ଜଣ ଗରୀବ ଓ ଅସହାୟ ଲୋକମାନଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ସମେତ ମାସ୍କ ବଣ୍ଟନ ପାଇଁ ଆଜି ତହସିଲଦାର, ବି.ଡି.ଓ, ଏନ.ଏ.ସି ଓ ଏସ.ଏଚ.ଜି ମାନଙ୍କ ଉପସ୍ଥିତିରେ ଦିଆ ଯାଇଥିଲା।ଏହା ଦ୍ୱାରା ଚକରା ବିଷୋୟୀ ଛକ, ମାଲ ସାହି, ବଡ଼ କୋଦଣ୍ଡା, ତୁଳସୀ ପଲ୍ଲୀ, ନିଧିଆ ପଲ୍ଲୀ, ଭଞ୍ଜନଗର ଏନ.ଏ.ସି ଓ ବ୍ଲକର ବହୁ ଗରୀବ ଲୋକ ଉପକୃତ ହୋଇଛନ୍ତି।ଏଥିରେ ବ୍ୟାଚ ର ରଞ୍ଜିତ ଶତପଥି, ବିବେକାନନ୍ଦ ମହାପାତ୍ର, ଅଭିଳାଷ ସାବତ ଉପସ୍ଥିତ ଥିଲେ।
