ବ୍ରହ୍ମପୁର: ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକ୍ରମେ ସୋମବାର ଠାରୁ ଲକ୍ ଡାଉନ୍ କୋହଳ ହେବାକୁ ଯାଉଛି । ଏହି ସମୟରେ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ କିଭଳି ରହିବ ଓ ଜନସାଧାରଣଙ୍କୁ କିପରି ଉତ୍ତମ ବ୍ୟବହାର କରାଯିବ । ଏହାସହ କ’ଣ କ’ଣ ନୀତି ନିୟମ ପାଳନ କରାଯିବ ତାକୁ ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏସ୍ପି ପିନାକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର ଓ ମୋଟର ସାଇକେଲ୍ରେ ଜଣେ, କାର୍ରେ ୨ଜଣ ଯାତାୟାତ ଆଦି ବିଷୟ ନେଇ ଆଲୋଚନା ହୋଇଥିଲା । ସରକାରୀ ନୀତି ନିୟମକୁ ପାଳନ କରିବା ପାଇଁ ସମସ୍ତ ଥାନାଧିକାରୀ ଓ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଏସ୍ପି ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାୟ ଓ ପ୍ରଶାନ୍ତ କୁମାର ମିଶ୍ର, ଏସ୍ଡିପିଓ ଜୟନ୍ତ କୁମାର ମହାପାତ୍ର, ରାମକୃଷ୍ଣ ପତି, ସୁରେନ୍ଦ୍ରନାଥ ମୁର୍ମୁ, ବିଷ୍ଣୁ ପତି, ଥାନାଧିକାରୀ ସନ୍ତୋଷିନୀ ଓରାମ୍, ପ୍ରଶାନ୍ତ ଭୁପତି, ବିବେକାନନ୍ଦ ମହନ୍ତ, ସୁରେଶ କୁମାର ତ୍ରିପାଠୀ, ସାରଦାପ୍ରସନ୍ନ ଦାସଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ଓ ଥାନାଧିକାରୀମାନେ ଉପସ୍ଥିତ ଥିଲେ ।
Related Stories
November 25, 2024