ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ଜୀବନଯାତ୍ରା ସ୍ୱାଭାବିକ କରିବା ପାଇଁ କରୋନା କଟକଣା କୋହଳ କରିଛନ୍ତି । ସୋମବାର ଠାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ପଷ୍ଟ କରିଛନ୍ତି । ସକାଳ ୭ଟାରୁ ଅପରାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଧାର୍ଯ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଦିନସାରା ଖୋଲା ରହିବ । କିନ୍ତୁ ବ୍ୟବସାୟୀମାନଙ୍କ ପାଇଁ ନିର୍ଦ୍ଧାରିତ ସ୍ଥାନରେ ସେମାନେ ବ୍ୟବସାୟକରିବେ । ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ କଟକଣା ମୁକ୍ତ । ବିଭିନ୍ନ ଗ୍ୟାରେସ, ପାର୍ଟସ ଦୋକାନ ଓ ଗାଡ଼ିସୋରୁମ୍ ଖୋଲା ରହିବ । ଗାଁ ଗହଳିରୁ ଅବରୋଧ ହଟାଯିବ । ପ୍ରାଥମିକ ସେବା ସମବାୟ ସମିତି ଖୋଲା ରହିବ । ବ୍ୟକ୍ତି ଯଥାରୀତି କାର୍ଯ୍ୟ କରିବ । ନରେଗା କାର୍ଯ୍ୟାଳୟ ଚାଲୁ ରହିବ । ବିଡ଼ିଓମାନେ ମାସ୍କ କ୍ରୟ କରି ନରେଗା ଶ୍ରମିକମାନଙ୍କୁ ଦେବେ । ଅଟୋ, ଟ୍ୟାକ୍ସି, ଯାତ୍ରୀବାହି ବସ୍ ଚଳାଚଳ କରିବ ନାହିଁ । ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ଏବଂ କର୍ମଚାରୀ ଯଥାରୀତି ଉପସ୍ଥିତ ରହିବେ । ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ଥିବାରୁ ସମ୍ପୃକ୍ତ କର୍ମଚାରୀ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ସରକାରୀ କର୍ମଚାରୀମାନେ ବ୍ୟକ୍ତିଗତ ଯାନରେ ଯାଆସ କରିବେ । ମଟରସାଇକେଲ କଟକଣା ଯଥାରୀତି ବଳବତ୍ତର ରହିବ । ଦୁଇ ଚକିଆ ଯାନରେ କେବଳ ଚାଳକ ହିଁ ଯାତାୟତ କରିବ । ବିନା କାରଣରେ ଦୁଇ ଚକିଆ ଯାନରେ ବୁଲିଲେ ଜୋରିମାନା ଆଦାୟ ହେବ । ସରକାରୀ କାର୍ଯ୍ୟାଳୟରେ ଲିଫଟ୍ ବନ୍ଦ ରହିବ । ସିଡ଼ି ରେଲିଂ ନ ଧରିବା ପାଇଁ କର୍ମଚାରୀଙ୍କୁ କୁହାଯାଇଛି । କୌଣସି ସରକାରୀ କର୍ମଚାରୀ ସର୍ବସାଧାରଣ ପରିବହନ ଯାନ ବ୍ୟବହାର କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ମାଲବାହୀ ଯାନରେ ଲୋକମାନେ ଯାତାୟତ କରିପାରିବେ ନାହିଁ । ଚା’ଦୋକାନ, ପାନ ଦୋକାନ, ଗୁଟଖା ଦୋକାନ, ଗୁପ୍ଚୁପ ଦୋକାନ, ଠେଲାଗାଡ଼ି ଜଳଖିଆ ବନ୍ଦ ରହିବ । କାର୍ଯ୍ୟାଳୟରେ କର୍ମଚାରୀମାନେ ପାନ ଗୁଟଖା ଖାଇଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ହୋଟେଲ ଗୁଡ଼ିକରେ ଟେବୁଲରେ ବସି ଖାଇବା ମନା । କେବଳ ଖାଦ୍ୟ କ୍ରୟ କରି ନିଆଯାଇ ପାରିବ । ରାସ୍ତା କଡ଼ରେ ପ୍ରଶାସନିକ ଅନୁମତି ନେଇ ସୀମିତ ସଂଖ୍ୟକ ଢ଼ାବା ଖୋଲା ରହିବ । ସେଠାରୁ କେବଳ ଖାଦ୍ୟ କ୍ରୟ କରି ନିଆଯାଇ ପାରିବ । ଉକ୍ତ ସ୍ଥାନରେ ଖାଇନା ନିଷେଧ କରାଯାଇଛି । ସପିଂମଲ, ଗହଣା ଦୋକାନ, ସିନେମା ହଲ୍ ପ୍ରଭୃତି ବନ୍ଦ ରହିବ । ସାପ୍ତାହିକ ହାଟ ହୋଇପାରିବ ନାହିଁ । ଭୋଜିଭାତ, ସାମାଜିକ ପର୍ବ,ମନ୍ଦିର, ମସଜିଦ, ଗୀର୍ଜା ଘର ଗୁଡ଼ିକରେ ଜନସମାଗମ ବନ୍ଦ । ମୃତ କାର୍ଯ୍ୟରେ କୋଡ଼ିଏ ଜଣ ଏବଂ ବିବାହ କାର୍ଯ୍ୟରେ ଦଶ ବ୍ୟକ୍ତି ସମାଗମ ହୋଇପାରିବେ । ଜିଲ୍ଲାକୁ ପ୍ରବେଶ ଉପରେ କଟକଣା ରହିବ । ବିଭିନ୍ନ ପ୍ରବେଶ ପଥରେ ଯାଞ୍ଚ ବ୍ୟବସ୍ଥା ଯଥାରୀତି କାର୍ଯ୍ୟ କରିବ । ଜିଲ୍ଲାକୁ ଶ୍ରମିକ ଆସିବା ପାଇଁ ସ୍ଥାନୀୟ ତହସିଲଦାରଙ୍କଠାରୁ ଅନୁମତି ନେବାକୁ ହେବ । ଶ୍ରମିକମାନେ କର୍ମସ୍ଥଳରେ ହିଁ ରହିବେ । ସାମାଜିକ ଦୂରତ୍ୱ ଅଧିକ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଦୋକାନୀ ପାଣି, ସାବୁନ ଓସାନିଟାଇଜର ଓ ଗରାଖଙ୍କୁ ବିକ୍ରୟ ପାଇଁ ମାସ୍କ ରଖିବେ । ଦୋକାନ ସମ୍ମୁଖରେ ଛଅ ଫୁଟ ଲେଖାଏଁ ଦୂରତ୍ୱରେ ଗରାଖଙ୍କ ପାଇଁ ସ୍ଥାନ ଚିହ୍ନଟ କରିବେ । ଦୋକାନରେ ମାସ୍କ ନାହିଁ ତ ସଉଦା ନାହିଁ ଲେଖିବେ । ଯେଉଁ ଦୋକାନରେ ଗହଳି ଦେଖିବାକ୍ୁ ମିଳିବ ପ୍ରଶାସନ ତାହାକୁ ଅବିଳମ୍ବେ ସିଲ୍ କରିବ । ସ୍ଥାନୀୟ ପ୍ରଶାସନ ସ୍ଥିତି ଦେଖି କାର୍ଯ୍ୟପନ୍ଥା ଗ୍ରହଣ କରିବେ । ଜିଲ୍ଲାର ସମସ୍ତ ଜନସାଧାରଣ ଶୃଙ୍ଖଳି ଭାବେ ସବୁ ନିୟମ ମାନି ଚଳିଲେ ପରବର୍ତ୍ତୀ ପର୍ଯ୍ୟାୟରେ କଟକଣାକୁ ଅଧିକ କୋହଳ କରାଯିବା ସହିତ ଯେଉଁଠାରେ ବିଶୃଙ୍ଖଳା ଦେଖାଯିବ ସେଠାରୁ ସମସ୍ତ ସୁବିଧା ପ୍ରତ୍ୟାହାର କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Related Stories
November 25, 2024