ବ୍ରହ୍ମପୁର: ଓଡ଼ିଶାରେଏମିତି ଆତିଥ୍ୟ ମିଳିବ ବୋଲି କେବେ ବି ଭାବିନଥିଲୁ । ଖାଇବା ଓ ପିଇବା ବଡ଼ କଥା ନୁହେଁ, ଆତିଥ୍ୟ ଆମକୁ ବହୁତଖୁସି ଦେଇଛି । ଆମେ ଏଠାରେ ବେଶ୍ ନିରାପଦ ମଣୁଛୁ । ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତଥା ଆତିଥ୍ୟ ଶିବିରରେ ଆଶ୍ରୟ ନେଇଥିବା ତାମିଲନାଡ଼ୁ, ଝାରଖଣ୍ଡ ଓ ପଶ୍ଚିମବଙ୍ଗଳର ୬୩ଜଣ ଶ୍ରମିକଙ୍କ ଏହା ହେଉଛି ମନର କଥା । ତେବେ ତାଲା ବନ୍ଦ ହଟିବାକୁ ନେଇ ସେମାନଙ୍କ ଦିନ ଗଣିବା ବନ୍ଦ ହେଉ ନାହିଁ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମିକମାନଙ୍କୁ ଆଉ ପାଦେ ଆଗକୁ ଆସି ସେମାନଙ୍କ ଅତିଥି ଭଳି ନିରାଡ଼ମ୍ବରରେ ସମସ୍ତ ସୁବିଧା ପ୍ରଦାନ କରାଯାଇଛି । କଳା ସଂସ୍କୃତି ଓ ପରମ୍ପରାର ପୀଠ ରୂପେ ଖ୍ୟାତି ଅର୍ଜନ କରିଥିବା ଗଂଜାମ ମାଟିରେ ଲକ ଡାଉନ ସମୟରେ ଅତିଥୀ ଭବର ପ୍ରତିଫଳନ ଦେଖିବାକୁ ମିଳିଛି । କରୋନା ମୁକାବିଲା ପାଇଁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସବୁଠି ପାଳନ ହେଉଛି ଲକ ଡଉନ । ହେଲେ ଏସବୁ ଭିତରେ ବାହାର ରାଜ୍ୟର କିଛି ଶ୍ରମିକଙ୍କ ପାଇଁ ମାନବିକତାର ପରିଚୟ ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଗତ ମାସ ୩୦ ତାରିଖରେ ଆନ୍ଧ୍ରପ୍ରଦେଶରୁ ବାହାରି ୬୩ଜଣ ଶ୍ରମିକ ଟ୍ରକ ଯୋଗେ ଓଡିଶା ଦେଇ ପଶ୍ଚିମବଙ୍ଗ ଅଭିମୂଖେ ଯାଉଥିଲେ । ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଛକ ସେମାନଙ୍କୁ ପୁଲିସ ଓ ପ୍ରଶାସନିକ ଅଧିକାରୀ ଅଟକାଇଥିଲେ । ଘଟଣା ସ୍ଥଳରେ ଜିଲ୍ଲାପାଳ ଓ ଏସପି ପହଞ୍ଚି ପ୍ରଥମେ ନରେନ୍ଦ୍ରପୁର ହାଇସ୍କୁଲ ଠାରେ ରଖାଯାଇଥିଲ।। ପରବର୍ତ୍ତୀ ସମୟରେ ଚମାଖଣ୍ଡି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଥିବା ଅତିଥୀ ଭବନଙ୍କୁ ସ୍ଥାନାନ୍ତର କରାଯାଇଥିଲା । ତାମିଲନାଡ଼ୁ, ଝାରଖଣ୍ଡ ଓ ପଶ୍ଚିମବଙ୍ଗର ଏହି ଶ୍ରମିକ ମାନେ ହୋଇଥିବାରୁ ସେଠାରେ ସେମାନଙ୍କୁ ସେମାନଙ୍କର ରୂଚିର ଖାଦ୍ୟ ପରସା ଯାଉଛି । ରବିବାର ଖୋଦ୍ ଜିଲ୍ଲାପାଳ ଚମାଖଣ୍ଡି ସ୍ଥିତ ଓଡ଼ିଶା ଆଦର୍ଶବିଦ୍ୟାଳୟକୁ ପରିଦର୍ଶନ କରି ରହିଥିବା ଆତିଥ୍ୟ ଶ୍ରମିକମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ଏହାସହ ଜିଲ୍ଲାପାଳ ଲୁଙ୍ଗି, ଟୁବାଲ୍, ପେଷ୍ଟ୍, ସାବୁନ୍, ତେଲଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଶ୍ରମିକ ମାନଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ଏପରି ଶ୍ରମିକମାନଙ୍କ ପ୍ରତି ଆତିଥ୍ୟ ତତ୍କାର ଦେଖିଉପସ୍ଥିତଶ୍ରମିକମାନେ ଭାବବିହ୍ୱଳହୋଇ ପ୍ରଶଂସ।।କରିଥିଲେ । ଏଥିରେଛତ୍ରପୁରଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁରତହସିଲଦାର ନିଳମାଧବ ଭୋଇ, ଛତ୍ରପୁରବିଡିଓ ଅମ୍ବିକା ପ୍ରସାଦ ଦାଶ, ଅତିରିକ୍ତତହସିଲଦାର ଯଶ୍ମିନି ପ୍ରଧାନ, ଚମାଖଣ୍ଡି ଥାନା ଅଧିକାରୀସିତାଂଶୁଶେଖରମାନ୍ଦତା, ଚମାଖଣ୍ଡି ସରପଂଚ ସୁସ୍ମିତା ପ୍ରଧାନଙ୍କସମେତବହୁ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଦର୍ଶ ବିଦ୍ୟାଳୟରେ ରହିଥିବା ଝାରଖଣ୍ଡ ଅଂଚଳର ତେଜଖାନ୍ ନାମକ ଆତିଥ୍ୟ ଶ୍ରମିକସୂଚନା ଦେଇଥିଲେ ଯେ ଆମେ ଗତ ୩୦ ତାରିଖ ଦିନ ବିଶାଖାପାଟଣା ଦେଇ ଝାରଖଣ୍ଡ ଓ ବିଭିନ୍ନରାଜ୍ୟକୁ ଯାଉଥିବାବେଳେ ଆମମାନଙ୍କରସୁରକ୍ଷାନେଇଜିଲ୍ଲା ପ୍ରଶାସନ ଆମକୁ ଅଟକାଇ ଆମମାନଙ୍କୁ ଅତିଥି ଭାବେଏଠାରେରଖିଛନ୍ତି । ରହିଲା ଦିନ ଠାରୁ ଆମମାନଙ୍କରରୁଚି ଅନୁସାରେ ଆମମାନଙ୍କୁଖାଇବାଠାରୁ ଆରମ୍ଭ କରିବିଭିନ୍ନସାମଗ୍ରୀ ପ୍ରଦାନ କରୁଛନ୍ତି ।ଏହାସହିତ ଆଜି ମଧ୍ୟ ଆମିଷଖାଦ୍ୟ ପ୍ରଦାନ କରିଛନ୍ତି ।ତେଣୁଜିଲ୍ଲା ପ୍ରଶାସନରଏପରି ଆତିଥ୍ୟ ଚର୍ଚ୍ଚାକୁ ଆମେକେବେଭୁଲିବୁ ନାହିଁ । ଏଥି ନିମନ୍ତେ ଓଡ଼ିଶାସରକାର ଓ ଗଞ୍ଜାମଜିଲ୍ଲା ପ୍ରଶାସନ ଓ ଆମମାନଙ୍କକାର୍ଯ୍ୟରେ ନିୟୋଜିତହୋଇଥିବାକର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ ବୋଲିସେ କହିଥିଲେ ।

Related Stories
November 25, 2024