ସାନଖେମୁଣ୍ଡି : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଳାସପୁର କାଳୀ ମନ୍ଦିର ରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ସାରା ଅଞ୍ଚଳରେ ଲକଡାଉନ ଚାଲିଥିବା ସମୟରେ ମନ୍ଦିର ଗୁଡିକ ବନ୍ଦ ଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ମନ୍ଦିର ଭିତରେ ପଶିଥିଲେ। ମନ୍ଦିରର ଥିବା ରୁପା, ସୁନା,ମୁଖ୍ୟ ବାକ୍ସ, ମା ଙ୍କ ଅଳଙ୍କାର ଓ ହୁଣ୍ଡି ପେଢ଼ୀ ଭାଙ୍ଗି ଟଙ୍କା ନେଇଯାଇଥିବା ବେଳେ ମା ଙ୍କ ଲୁଗାପଟା ଏଣେତେଣେ ଫୋପାଡ଼ିଥିବା ବେଳେ ମୁଖ୍ୟ ବାକ୍ସ କୁ ଘୋଡ଼ାହାଡ଼ ନଦୀ କଡ଼ରେ ପଡ଼ିଥିବା ଜଣାପଡ଼ିଛି। ଖବର ପାଇ ପାଟପୁର ଥାନା ଏସଆଇ ଶୁଭ୍ରଜିତ ସାମନ୍ତରାୟ ସଦଳବଳେ କାଳୀ ମନ୍ଦିର ପରିସରରେ ପହଞ୍ଚି ତଦନ୍ତକରି ଫେରିଥିବା ଜଣାପଡ଼ିଛି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।