ଇସଲାମାବାଦ– ପୂରା ଦୁନିଆରେ କୋଭିଡ-୧୯ ମହାମାରୀର ପ୍ରକୋପ ଜାରି ରହିଛି । ସେହି ପରି ପାକିସ୍ତାନରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯୯୩କୁ ବୃଦ୍ଧି ଘଟିଛି । ଏହା ସହିତ ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା ୧୫୦ ଛୁଇଁଛି ।
ପାକିସ୍ତାନର ସିନ୍ଧ ପ୍ରାନ୍ତରେ ସଂକ୍ରମିତଙ୍କ ସଂଖ୍ୟା ବଢି ୨୩୫୫ରେ ପହଁଚି ଥିବା ବେଳେ ପଞ୍ଜାବରେ ୩୬୪୯, ବଲୁଚିସ୍ତାନରେ୩୭୬, ଖୈବର ପଖତୁନଖଓ୍ଵାରେ ୧୧୩୭, ଇସଲାମାବାଦରେ ୧୭୧ ଓ ଗିଲଗିଟ୍ ବାଲିଷ୍ଟାନରେ ୨୫୭ ରହିଛି । ଅନ୍ୟପଟେ ପାକ୍ ଅଧିକୃତ କାଶ୍ମୀରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ରହିଛି ।
ପଡୋଶୀ ବାଂଲାଦେଶରେ ସଂକ୍ରମିତ ସଂଖ୍ୟା ୨୧୪୪ ରହିଥିବା ବେଳେ ୬୬ ଜଣଙ୍କ ମୃତ୍ୟୁ ଘଟିଛି । ନେପାଳରେ ୩୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ସେହି ପରି ଶ୍ରୀଲଙ୍କାରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୨୪୮ ରହିଛି ଏବଂ ୭ ଜଣଙ୍କ ମୃତ୍ୟୁ ଘଟିଛି ।
ଉଲ୍ଲେଖନୀୟ, ଚୀନର ଉହାନ ସହରରୁ କରୋନା ଭାଇରସ୍ ମହାମାରୀ ବ୍ୟାପିବା ଆରମ୍ଭ ହୋଇଥିଲା । ସଗମ୍ର ବିଶ୍ୱରେ ୨୧୦ରୁ ଅଧିକ ଦେଶକୁ ଏହି ମହାମାରୀ ବ୍ୟାପି ସାରିଛି । ଅନେକ ଦେଶରେ ଲକଡାଉନ ଜାରି କରାଯାଇଛି । ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରାଯାଇଛି । ବିଶ୍ୱ ସ୍ତରରେ କରୋନା ଭାଇରସରେ ପ୍ରାୟ ଦେଢ ଲକ୍ଷରୁ ଅଧିକ ଲୋକଙ୍କ ଜୀବନହାନୀ ଘଟିଲାଣି ।