ଓ୍ଵାଶିଂଟନ– ରାଷ୍ଟ୍ରପଡି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ବିଶ୍ୱ ମହାମାରୀ ବ୍ୟାପିବାରେ କୌଣସି ସ୍ତରରେ ଯଦି ଚୀନର ଦୋଷ ମିଳେ ତେବେ ତାକୁ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ପଡିବ । ଏହି ସଂଦର୍ଭରେ ଟ୍ରମ୍ପ ଉହାନ ଭିରୋଲାଜି ଲାବୋଟେରୀରେ ବିକଶିତ କରାଯାଉଥିବା କରୋନା ଭାଇରସର ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏହି ଦିଗରେ ସେ ତନ୍ନ ତନ୍ନ ଛାନବିନ କରୁଥିବା ଟ୍ରମ୍ପ କହିଛନ୍ତି ।
ଶନିବାର ହ୍ୱାଇଟ୍ ହାଉସ୍ରେ ଦୈନିକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ, କରୋନା ଭାଇରସ୍ ପ୍ରସାର କରିବାରେ ଯଦି ଚୀନର କୌଣସି ଭୂମିକା ଥାଏ ତେବେ ଏହାର ପରିଣାମ ତାକୁ ଭୋଗିବାକୁ ପଡିବ। ଏଥିପାଇଁ ଚୀନକୁ କେଉଁ ପ୍ରକାର ସଜା ପାଇଁ ପ୍ରସ୍ତୁତ ରହିବାକୁ ପଡିବ ତାର ଖୁଲାସା କରି ନାହାନ୍ତି ଟ୍ରମ୍ପ । ଏହି ସମୟରେ ଟ୍ରମ୍ପ ଚୀନ ଉପରେ ପ୍ରବଳ ବର୍ଷିଛନ୍ତି । ଏହି ସମ୍ବନ୍ଧରେ ଚୀନ ପକ୍ଷରୁ ନିଜର ମୁଦ୍ରାରେ ଅବମୂଲ୍ୟାୟନ, କୋଭିଡ-୧୯ ବିଷୟରେ ତଥ୍ୟ ଆଦାନ ପ୍ରଦାନ ନକରିବା ନେଇ ଟ୍ରମ୍ପ ଚୀନକୁ ଶାଣିତ ସ୍ୱରରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଚୀନର ଜିଡିପିର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୬.୪ ପ୍ରତିଶତକୁ ଖସି ଆସିଛି, ଯାହା ଦଶନ୍ଧିରେ ସବୁଠୁ ନିମ୍ନସ୍ତର ।
ସେ କହିଛନ୍ତି ବିଶ୍ୱ ମହାମାରୀ ସଂଦର୍ଭରେ ଚୀନକୁ ଅଧିକ ପାରଦର୍ଶୀ ହେବା ଉଚିତ୍ । ଟ୍ରମ୍ପ କହିଛନ୍ତି ଚୀନ ପକ୍ଷରୁ ସଠିକ୍ ସମୟରେ ତଥ୍ୟ ନମିଳିବାର ପରିଣାମସ୍ୱରୂପ ଆଜି ଦୁନିଆର ୨୧୦ ଦେଶ କରୋନା ପ୍ରକୋପର ଶିକାର ହୋଇଛନ୍ତି । ଏହା ମଧ୍ୟରେ ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ନିଜର ବକ୍ତବ୍ୟରେ ହଂକଂରେ ପ୍ରତିପକ୍ଷଙ୍କ ୧୫ ବରିଷ୍ଠ ବ୍ୟକ୍ତି ଓ ସହାୟକଙ୍କୁ ଅଟକ ରଖିବା ଘଟଣାକୁ ନିନ୍ଦା କରିଛନ୍ତି ।