ଲସ୍ ଏଞ୍ଜଲେସ୍ – ଚୀନ ପକ୍ଷରୁ ଜରୁରୀ ସାମଗ୍ରୀର ରପ୍ତାନୀ ଉପରେ ପ୍ରତିବନ୍ଧ ଲଗାଯିବା ପରେ ଆମେରିକାରେ ନିଜ ସାମଗ୍ରୀ ନିଜେ ଉତ୍ପାଦନ କରିବାକୁ ଆମେରିକା ନିବେଶକ ଓ ନିର୍ମାତାଙ୍କ ଉପରେ ଚାପ ବଢିବାରେ ଲାଗିଛି । କରୋନା ପ୍ରକୋପ କାରଣରୁ ଆମେରିକାରେ ଦୁଇ କୋଟି ଲୋକ ନିଜର ରୋଜଗାର ହରାଇବା ପରେ ଅବସ୍ଥା ବିକଟ ହେବାରେ ଲାଗିଛି ।
ଆମେରିକା ଜିଡିପିରେ ସଂପ୍ରତି ମ୍ୟାନୁଫେକଚରିଂର ୧୧ ପ୍ରତିଶତ ଅଂଶ ରହିଛି । ଦୁଇ ତିନି ଦଶନ୍ଧି ପୂର୍ବେ ଆମେରିକା ମ୍ୟାନୁଫେକଚରିଂ କ୍ଷେତ୍ରରେ ଦୁନିଆରେ ଅଗ୍ରଣୀ ଥିଲା । ମାତ୍ର ଚୀନର ଉଦାରବାଦୀ ନୀତି ପରେ ଶସ୍ତା ପରିଶ୍ରମ, ଟିକସରେ ହ୍ରାସ ଏବଂ ଘରୋଇ ବଜାରରେ ପ୍ରଲୋଭନ ପରେ ଚୀନର ଅର୍ଥନୀତି ୨୦୧୯ରେ ୧୪.୩ ଖରବ ଡଲାରରେ ପରିଣତ ହୋଇଥିଲା । ଫକ୍ସ ନ୍ୟୁଜ୍ ଅନୁସାରେ ଏମିତି ସ୍ଥିତିରେ ଆମେରିକୀ କମ୍ପାନୀଙ୍କ ପାଇଁ ନିବେଶ ହଟାଇବା ମୁସ୍କିଲ ହୋଇ ପଡିଛି । ରିପବ୍ଲିକନ ସିନେଟର ମାର୍କ ରୁବିଓ କହିଛନ୍ତି ଚୀନ ଉପରେ କାରବାରରେ ଅଧିକ ନିର୍ଭରଶୀଳ ରହିବା କାରଣରୁ ଆମେରିକାକୁ ଏବେ ଏମିତି ଜଟିଳ ସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି ।
ୟୁଏସ ଚ୍ୟାମ୍ବରସ୍ ଆଣ୍ଡ କମର୍ସର ଏସିଆ କ୍ଷେତ୍ରର ଉପାଧ୍ୟକ୍ଷ ଚାର୍ଲ୍ସ ଫ୍ରିମ୍ୟାନ୍ ଟ୍ରମ୍ପ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ଯେ, ଚୀନୀ ପ୍ରଶାସନକୁ ଦଣ୍ଡିତ କରାଯିବା ବଦଳରେ ନିଜର ନିବେଶକ ଏବଂ ଘରୋଇ ନିର୍ମାତାଙ୍କୁ ପ୍ରୋତ୍ସାହିତ କରାଯିବା ଉଚିତ୍ । ମାତ୍ର ଟ୍ରମ୍ପ ନିଜର ବଡ ନିର୍ମାତାଙ୍କୁ ବାରମ୍ବାର ଅପିଲ୍ କରିଛନ୍ତି ଯେ, ସେମାନେ ନିଜର କାରବାର ଚୀନରୁ ଉଠାଇ ସ୍ୱଦେଶ ନେଇ ଆସନ୍ତୁ । ୟୁଏସ ଚ୍ୟାମ୍ବର୍ସ ଆଣ୍ଡ କମର୍ସ ଚୀନ ସହିତ ବ୍ୟାପା