ଧର୍ମଶାଳା– ଦେଶରେ କରୋନା ଭୂତାଣୁକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । ସରକାର ଦେଶତମାମ ଲକ୍ ଡାଉନ ଜାରି କରିଛନ୍ତି । ଏହି ଲକ୍ ଡାଉନର ସୁଯୋଗ ନେଇ କିଛି ଦୃର୍ବୃତମାନେ ମନ୍ଦିରରୁ ଚୋରୀ କରୁଥିବା ନେଇ ଅଭିଯୋଗ ହୋଇଛି । ଏ ଭଳି ଅଭିଯୋଗ ହୋଇଛି ତରାପୁର ଅଂଚଳରେ । ଗତ କାଲି ବିଳମ୍ବିତ ରାତିରେ କେହି ଦୃର୍ବୃତ ତରାପୁର ହିଙ୍ଗୁଳା ମନ୍ଦିର ତାଲା ଭାଙ୍ଗି ମନ୍ଦିରର ହୁଣ୍ଡି ସହିତ ବହୁ ଅଳଙ୍କାର ଚୋରୀ ହୋଇଯାଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପରେ କୁଆଖିଆ ପୁଲିସ ଘଟଣାର ତଦନ୍ତ ଚଳାଇଛି ।
Related Stories
November 25, 2024