ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶନିବାର ଦିଗପହଣ୍ଡି ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ôଚ ବିଡିଓ ହଳଧର ଶବର, ତହସିଲଦାର ଆଦିତ୍ୟ କୁମାର ସ୍ୱାଇଁ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ସହ ଆଲୋଚନାକରି ଦିଗପହଣ୍ଡି ଅଞ୍ଚଳର କରୁଣାସ୍ଥିତି ଓ ଲକ୍ ଡାଉନ୍ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ପ୍ରଣାଳୀ ଉପରେ ସମୀକ୍ଷା କରିଥିଲେ । ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ବଜାର ଖୋଲିବା ଉପରେ ଧ୍ୟାନଦେବା ସହ ନିର୍ଦ୍ଦିଷ୍ଟ ସମୟରୁ ଅଧିକ ଖୋଲିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗୋକର୍ଣ୍ଣପୁର ଗ୍ରାମରେ ପହଞ୍ôଚ ସେଠାରେ ଚାଲିଥିବା ରୁରାଲ୍ ପାର୍କ ଓ ଏମ୍ଜିଏନ୍ଆର୍ଇଜିଏସ୍ ଯୋଜନାରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ସେଠାରୁ ସିଦ୍ଧେଶ୍ୱର ଗ୍ରାମରେ ପହଞ୍ôଚ ଲୋକଙ୍କୁ ସରକାରୀ ସହାୟତା ଚାଉଳ, ଟଙ୍କା ମିଳିଛି କି ନାହିଁ ପଚାରି ବୁଝିଥିଲେ । କୋଟିନରା ଗ୍ରାମରେ ନିର୍ମାଣ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ କାମ କରୁଥିବା ଲୋକଙ୍କୁ ଲେବର କାର୍ଡରେ କେତେ ଟଙ୍କା ମିଳୁଛି ତାହା ପଚାରି ବୁଝିଥିଲେ ।
Related Stories
November 22, 2024