ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ.
ଲକ ଡାଉନ ରେ ବହୁ ଅସହାୟ ଓ ଗରୀବ ଲୋକ ଫସିଥିବା ବେଳେ ଖାଦ୍ୟ ଯୋଗାଡ଼ ସେମାନଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଛି।ଏହାକୁ ଦେଖି ବହୁ ସଂସ୍ଥା ଓ ବଦାନ୍ୟ ବ୍ୟକ୍ତି ସାହାଯ୍ୟ ର ହାତ ବଢ଼ାଇଛନ୍ତି।ଆଜି ଭଞ୍ଜନଗର ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ତରଫରୁ ୩୦ଟି ଖାଦ୍ୟ ସାମଗ୍ରୀ ପ୍ୟାକେଟ ଗରୀବ ଓ ଅସହାୟ ଲୋକଙ୍କୁ ବଣ୍ଟନ କରିବା ପାଇଁ ବି.ଡ଼ି.ଓ ଅନୀଲ କୁମାର ସେଠୀ ଙ୍କୁ ଦିଆ ଯାଇଛି।ଏହି ମହତ୍ତ କାର୍ଯ୍ୟରେ ବିଦ୍ୟାଳୟ ର ଅଧ୍ୟକ୍ଷ ଅଜିତ କୁମାର ଶତପଥି, ନିର୍ଦ୍ଦେଶକ ଗୌର ଚନ୍ଦ୍ର ରାଉତ,ସଭାପତି ଶୂଳପାଣି ଶତପଥି ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Related Stories
November 22, 2024