ବ୍ରହ୍ମପୁର: କରୋନା ବୃଦ୍ଧ ଲୋକଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିବ । ଏହାକୁ ନେଇ ସହରର ବରିଷ୍ଠ ନାଗରିକମାନେ ମଧ୍ୟ ଚିନ୍ତିତ ଥିବା ବେଳେ ସେମାନେ ବର୍ତ୍ତମାନ ପୁଲିସର ସାହାରା ଚାହୁଁଛନ୍ତି । ସହରର ଏହିପରି ଅନେକ ବରିଷ୍ଠ ନାଗରିକ ରହିଛନ୍ତି ଯେଉଁମାନେ କି ଘରେ ଏକାକି ରହୁଛନ୍ତି । ସେମାନଙ୍କ ସୁରକ୍ଷା ପାଇଁ ପୁଲିସ ହିଁ ଏକ ମାତ୍ର ରକ୍ଷା କବଚ । ତେଣୁ ସେମାନଙ୍କ ସୁରକ୍ଷା ପୁଲିସର ପ୍ରଥମ ପ୍ରାଥମିକତା ବୋଲି ବରିଷ୍ଠ ନାଗରିକମାନେ କହି ଆସୁଛନ୍ତି । ତେଣୁ ଶନିବାର ବ୍ରହ୍ମପୁର ହସ କ୍ଲବର ସଭାପତି ଲଳିତ ମୋହନ ରାଜଗୁରୁ ଏବଂ ସମ୍ପାଦକ ନବୀନ ପଟ୍ଟନାୟକ ହସ କ୍ଲବର ସମସ୍ତ ସଦସ୍ୟଙ୍କ ସମେତ ସହରର ସମସ୍ତ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ମାରକପତ୍ର ବ୍ରହ୍ମପୁର ଏସ୍ପିଙ୍କୁ ପ୍ରଦାନ କରିଛନ୍ତି । ସେଥିରେ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, ସହରର ଅନେକ ଲୋକଙ୍କୁ ଚିହ୍ନଟ କରାଯାଇ ପୁଲିସ ପକ୍ଷରୁ ନିଜ ନିଜ ଥାନା ଅଂଚଳର ଲୋକଙ୍କୁ ପରିଚୟ ପତ୍ର ଦିଆଯାଇଥିଲା । ତେବେ ଏହାକୁ କିଛି ପାଇଥିବା ବେଳେ ଅନେକ ଏହି ପରିଚୟ ପତ୍ରର ଅପେକ୍ଷାରେ ରହିଛନ୍ତି । ତେଣୁ ସେମାନଙ୍କୁ ଉକ୍ତ ପରିଚୟ ପତ୍ର ମିଳିଲେ ତାହା ସେମାନଙ୍କ ପାଇଁ ବେଶ୍ ଉପଯୋଗୀ ହେବ ଏବଂ ପୁଲିସ ପାଇଁ ମଧ୍ୟ ବରିଷ୍ଠଙ୍କୁ ଚିହ୍ନଟ କରିବାକୁ ସୁବିଧା ହେବ । ତେବେ ବରିଷ୍ଠ ନାଗରିକମାନଙ୍କ ପାଇଁ ପୁଲିସ ସବୁବେଳେ ସଜାଗ ରହିଛି । ଯେ କୌଣସି ମୁହୁର୍ତରେ ପୁଲିସର ସହଯୋଗ ସେମାନେ ଲୋଡନ୍ତି ପ୍ରଥମ ପ୍ରାଥମିକତା ଭାବେ ତାହାକୁ ଗୁରୁତ୍ୱ ଦିଆଯାଉଛି ବୋଲି ଏସପି ପିନାକ ମିଶ୍ର କହିଥିଲେ ।

Related Stories
November 24, 2024
November 24, 2024