ଅହମଦାବାଦ– ରାଜ୍ୟରେ କରୋନା ଭାଇରସର ସଂକ୍ରମଣ କ୍ରମାଗତ ବଢିବାରେ ଲାଗିଛି । ଗୋଟିଏ ଦିନରେ ଏଠାରେ ୭ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଗୋଟିଏ ଦିନରେ ୧୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏକାକୀ ଅହମଦାବାଦରେ ଗୋଟିଏ ଦିନରେ ୧୪୩ ମାମଲା ରୋଗୀ ଚିହ୍ନଟ ହୋଇଛି ଏବଂ ଅଧିକାଂଶ ମାମଲା ହଟ୍ ସ୍ପଟ୍ କ୍ଷେତ୍ରରୁ ଆସିଛି । ଗୁଜରାତରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୨୭୨କୁ ବୃଦ୍ଧି ଘଟିଛି ।
ସ୍ୱାସ୍ଥ୍ୟ ପ୍ରଧାନ ସଚିବ ଜୟନ୍ତୀ ରବି ଶନିବାର କହିଛନ୍ତି ଯେ, ଗୁଜରାତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮ରେ ପହଁଚିଛି । ଅହମଦାବାଦରେ ସବୁଠୁ ଅଧିକ ୧୪୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଭଦଦୋରା ଓ ସୁରଟରେ ୧୩-୧୩, ରାଜକୋଟରେ ୨, ଭାବନଗରରେ ୨, ଆନନ୍ଦରେ ୨, ଭରୁଚ-ପଂଚମହଲରେ ୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୮ ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ମାମଲା ସାମ୍ନାକୁ ଆସି ନାହିଁ । ରାଜ୍ୟରେ ପ୍ରଥମ କୋଭିଡ୍-୧୯ ପଜିଟିଭ୍ ମାର୍ଚ୍ଚ ୧୯ରେ ଚିହ୍ନଟ ହୋଇଥିଲା । ଏହା ପରେ ସଂକ୍ରମିତଙ୍କ ସଂଖ୍ୟା ବଢି ଏପ୍ରିଲ ୧୮ ସୁଦ୍ଧା ୧୨୭୨ରେ ପହଁଚିଛି ।
ସାତ ରୋଗୀ ଭେଂଟିଲେଟରେ ରହିଥିବା ବେଳେ ୧୧୨୯ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଅଦ୍ୟାବଧି ମୋଟ୍ ୨୪,୬୧୪ ନମୂନା ପରୀକ୍ଷଣ କରାଯାଇଛି । ଏଥିରୁ ୧୨୭୨ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ୨୪,୩୪୨ ନେଗେିଭ୍ ଆସିଛି ।