ଲସ୍ ଏଞ୍ଜଲେସ୍– ଆମେରିକାରେ କାରବାର ଖୋଲିବାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରେଟ୍ ଗଭର୍ଣ୍ଣରଙ୍କ ମଧ୍ୟରେ ମତଭେଦ ଦେଖା ଦେଇଛି । ଟ୍ରମ୍ପ ଶୁକ୍ରବାର ଟୁଇଟ୍ କରି ମିନିସୋଟା ଓ ମିଶିଗନ ଷ୍ଟେଟକୁ ସ୍ୱାଧୀନ କରିବାର କଥା କହିଥିବା ବେଳେ ଅନ୍ୟପଟେ ଗୋଟିଏ ବିଶେଷ ବର୍ଗଙ୍କୁ ସାମାଜିକ ଦୂରତ୍ୱ ନିୟମର ନିର୍ଦ୍ଦେଶର ଅନୁପାଳନ କରିବାକୁ କହିଛନ୍ତି । ମିନିସୋଟାରେ କିଛି ଲୋକ ସାମାଜିକ ଦୂରତ୍ୱ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ପ୍ରଦର୍ଶନ କରି କାରବାର ଖୋଲିବାକୁ ଦାବି କରିଛନ୍ତି । ଏହି ଆନ୍ଦୋଳନକାରୀ ରେଡ୍ ସାର୍ଟ ଟାଇ ପରିଧାନ କରି ‘ମେକ୍ ଆମେରିକା ଗ୍ରେଟ୍ ଏଗେନ’ ବ୍ୟାନେର ନେଇ ପ୍ରଦର୍ଶନ କରିଥିଲେ । ମିଶିଗନରେ ଆନ୍ଦୋଳନକାରୀ ଟ୍ରମ୍ପଙ୍କ ସମର୍ଥନରେ ମଧ୍ୟ ନାରା ଦେଇଥିଲେ । ଓ୍ଵାଶିଂଟନ ଷ୍ଟେର ଡେମୋକ୍ରେଟ୍ ଗଭର୍ଣ୍ଣର ଜୟ ଇଂସଲି ଟୁଇଟ୍ କରି କରିଛନ୍ତି ଯେ, ଟ୍ରମ୍ପ ଅସାମ୍ବିଧାନିକ ଭାବେ ଲୋକଙ୍କୁ ଉସୁକାଉଛନ୍ତି ।
ଆମେରିକୀ ମିଡିଆରେ ଏକ ପକ୍ଷ କିଛି ଡେମୋକ୍ରେଟ୍ ନେତାଙ୍କ ନାମରେ ମତ ବ୍ୟକ୍ତ କରିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚତି ହିତକୁ ଦୃଷ୍ଟିରେ ରଖି ନିଜର ସମର୍ଥକଙ୍କୁ କାରବାର ଖୋଲିବା ଲାଗି ଉସୁକାଉଛନ୍ତି । ଟ୍ରମ୍ପ ଗୁରୁବାର ହ୍ୱାଇଟ୍ ହାଉସରେ ଜାରି କଡା ନିର୍ଦ୍ଦେଶରେ ସାମାଜିକ ଦୂରତ୍ୱ କାଏମ ରଖିବା ଉପରେ ଜୋର ଦେଇଥିଲେ । ଏହା ସହିତ ଷ୍ଟେଟ ଗଭର୍ଣ୍ଣରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, କାରବାର ଖୋଲିବା ନେଇ ନିଜେ ନିର୍ଣ୍ଣୟ ନିଅନ୍ତୁ । ରାଷ୍ଟ୍ରପତି ନିର୍ବାଚନ ନଭେମ୍ବରର ପ୍ରଥମ ସପ୍ତାହରେ ହେବାକୁ ଯାଉଛି । ଟ୍ରମ୍ପ ଓ ଡେମୋକ୍ରେଟ୍ ପ୍ରାର୍ଥି ଜୋଇ ବାଇଡନଙ୍କ ମଧ୍ୟରେ ମୁକାବିଲା ହେବା ନିଶ୍ଚିତ ।
ମିନିସୋଟା ଡେମୋକ୍ରେଟ୍ ଗଭର୍ଣ୍ଣର ଟିମ୍ ଓ୍ ଲଟଜ କୋଭିଡ-୧୯ ପ୍ରକୋପକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ସମ୍ବନ୍ଧରେ କଡା ନିର୍ଦ୍ଦେଶ ଜାରି କରିଛନ୍ତି । ସେ କହିଛନ୍ତି ଯେ, ପୂରା ପ୍ରସ୍ତୁତି ବିନା ଓ କାଶ ଟେଷ୍ଟିଂର ଅଭାବରେ କାରୋବାର ଖୋଲିବା ଘାତକ ହୋଇପାରେ । ମିନିସୋଟା ଗଭର୍ଣ୍ଣର କହିଛନ୍ତି ଯେ, ଏହି ପ୍ରଦର୍ଶନକାରୀ ରିପବ୍ଲିକନ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମର୍ଥନ ହୋଇଥିବା କୁହାଯାଉଛି ।
ହ୍ୱାଇଟ୍ ହାଉସ୍ରେ ଦୈନିକ ସାମ୍ବାଦଦିକ ସମ୍ମିଳନୀରେ ଶୁକ୍ରବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଟେଷ୍ଟିଂର ପୂରା ବନ୍ଦୋବସ୍ତ କରାଯାଇଛି । ଶୁକ୍ରବାର ସୁଦ୍ଧା ୩୭ ଲକ୍ଷ ୭୮ ହଜାର ପରୀକ୍ଷଣ କରାଯାଇଛି । ଯାହା ଦୁନିଆର କୌଣସି ବି ଦେଶଠୁ ଢେର ଅଧିକ । ଏକ ପ୍ରଶ୍ନର ଉତରରେ ସେ କହିଛନ୍ତି କାରବାର ଖୋଲିବା ବିଷୟରେ ପୂର୍ବରୁ ନିର୍ଦ୍ଦେଶ ଜାରି କରାଯାଇଛି । ତିନୋଟି ପର୍ଯ୍ୟାୟରେ ସାମାଜିକ ଦୂରତ୍ୱ ବଜାୟ ରଖି ଗଭର୍ଣ୍ଣର ନିଜର ସମୟ ସାରଣୀ ପ୍ରସ୍ତୁତ କରନ୍ତୁ ଏବଂ କାରବାର ଖୋଲନ୍ତୁ ।