
-
ଡିଫେନ୍ସର ଅଶ୍ୱିନୀ ହସ୍ପିଟାଲରେ ଚାଲିଛି ଚିକିତ୍ସା
-
ନୌସେନାର ଅନେକ କୋଠା ସିଲ୍
ମୁମ୍ବାଇ– ଭାରତୀୟ ନୌସେନାରେ ମଧ୍ୟ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିଛି । ଆଇଏନଏସ ଆଂଗ୍ରେରେ କାର୍ଯ୍ୟରତ ୨୧ ଯବାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଯବାନଙ୍କୁ କୋଲାବ ସ୍ଥିତ ନେଭିନଗରର ସେନା ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି ନେଭିନଗରର ଅନେକ କୋଠା ସିଲ୍ କରି ଦିଆଯାଇଛି । ଶନିବାର ୨୧ ଯବାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଯବାନଙ୍କୁ କ୍ୱାରେନଟାଇନ କରାଯାଇଛି ।
ସୂଚନା ଅନୁସାରେ ଆଇଏନଏସ ଆଂଗ୍ରେର ଜଣେ ଯବାନ ଏପ୍ରିଲ ୭ରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯବାନଙ୍କ ଚିକିତ୍ସା ସେନାର ହସ୍ପିଟାଲ ଅଶ୍ୱିନୀରେ ଚାଲିଥିଲା । ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏହି ଯବାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୨୦ ଯବାନଙ୍କ ନମୂନା ପଜିଟିଭ୍ ଆସିଛି । ଏହି ପରି ନେଭିନଗରରେ କରୋନା ସଂକ୍ରମିତ ୨୧ ଯବାନଙ୍କ ଚିକିତ୍ସା ଜାରି ରହିଛି । ସମସ୍ତ ଯବାନ ଗୋଟିଏ ଜାଗାରେ ରହୁଥିଲେ । ଏହାକୁ ଦୃଷ୍ଟିରେ ରଖି ଆଇଏନଏସ ଆଂଗ୍ରେରେ କାମ କରୁଥିବା ସମସ୍ତ ଯବାନଙ୍କୁ କ୍ୱାରେନଟାଇନରେ ରଖାଯାଇଛି । ଏହି ଯବାନଙ୍କ ସଂପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ କ୍ୱାରେନଟାଇନ କରାଯାଉଛି ।