
ଭୋପାଳ– ମଧ୍ୟ ପ୍ରଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏବେ ଇନ୍ଦୋରରେ ୫୦ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମେଡିକାଲ କଲେଜ୍ ଦ୍ୱାରା ଶୁକ୍ରବାର ବିଳମ୍ବିତ ରାତ୍ରିରେ ଜାରି ରିପୋର୍ଟରେ ଏହାର ସୂଚନା ଦିଆଯାଇଛି । ଏହା ସହିତ ଇନ୍ଦୋରରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୮୪୨ ରୁ ବଢି ୮୯୨ରେ ପହଁଚିଛି । ଏହାକୁ ମିଶାଇ ମଧ୍ୟ ପ୍ରଦେଶରେ ଅାକ୍ରାନ୍ତଙ୍କ ସଂଖ୍ୟା ୧୩୬୦କୁ ବୃଦ୍ଧି ଘଟିଛି । ଅଦ୍ୟାବଧି କରୋନାରେ ୬୯ ଜଣଙ୍କ ମୃତ୍ୟୁ ଘଟିଛି ।
ଇନ୍ଦୋରର ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଡ. ପ୍ରବୀଣ ଜଡିଆ ଶନିବାର କହିଛନ୍ତି ଯେ, ଶୁକ୍ରବାର ବିଳମ୍ବିତ ରାତ୍ରିରେ ଇନ୍ଦୋରରେ ୫୦ କୋଭିଡ-୧୯ ପଜିଟିଭ ରିପୋର୍ଟ ମିଳିଛି । ଏହାକୁ ମିଶାଇ ଇନ୍ଦୋରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୨କୁ ବୃଦ୍ଧି ଘଟିଛି । ମଧ୍ୟ ପ୍ରଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୩୧୦ରୁ ବଢି ୧୩୬୦ରେ ପହଁଚିଛି । ଏଥିରେ ଇନ୍ଦୋରରୁ ୮୯୨, ଭୋପାଳରୁ ୧୯୭, ଜବଲପୁରରୁ ୧୩, ଗ୍ୱାଲିୟରରୁ ୦୬, ଶିବପୁରୀରୁ ୦୨, ଉଜ୍ଜୈନରୁ ୩୧, ଖରଗୌନରୁ ୩୯, ମୁରୈନାରୁ ୧୪, ଛିନ୍ଦଓ୍ାଡାରୁ ୦୪, ବଡଓ୍ାନୀରୁ ୨୨, ବୈତୁଲୁ ୦୨, ଭିଦିଶାରୁ ୧୩, ସୋପୁରରୁ ୦୩, ହୋଶଙ୍ଗାବାଦରୁ ୧୯, ଖଣ୍ଡଓ୍ାରୁ ୩୩, ରାୟସେନରୁ ୦୮, ଦେବାସରୁ ୧୮, ଧାରାରୁ ୧୦, ସାଗରରୁ ୦୧, ଶଙ୍କକ୍ସଙ୍କପୁରରୁ ୦୫, ମନ୍ଦସୌରରୁ ୦୮, ରତଲାମରୁ ୧୨, ସତନାରୁ ୦୨, ଟିମକଗଢରୁ ୦୧, ଅଲିଜାପୁରରୁ ୦୧, ଅଗରମାଲଓ୍ାରୁ ୦୪ ଏବଂ ୦୨ ସଂକ୍ରମିତ ଅନ୍ୟ ରାଜ୍ୟରୁ ସାମିଲ ।
ରାଜ୍ୟରେ ଅଦ୍ୟାବଧି ୬୯ ଜଣଙ୍କ ମୃତ୍ୟୁ ଘଟି ସାରିଛି । ମୃତକଙ୍କ ମଧ୍ୟରେ ସବୁଠୁ ଅଧିକ ଇନ୍ଦୋରରୁ ୪୭, ଭୋପାଳରୁ ୦୬, ଉଜ୍ଜୈନରୁ ୦୬, ଦେବାସରୁ ୦୫, ଖରଗୌନରୁ ୦୪ ଓ ଛିନ୍ଦଓ୍ଵାଡାରୁ ଜଣେ ବ୍ୟକ୍ତି ସାମିଲ । ମଧ୍ୟ ପ୍ରଦେଶରେ ଆଶ୍ୱସ୍ତିକର ଖବର ଏହା ଯେ, ଶୁକ୍ରବାର ବିଳମ୍ବିତ ରାତି ସୁଦ୍ଧା ଇନ୍ଦୋରରେ ୩୫ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହିତ ରାଜ୍ୟରେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୯୯ରେ ପହଁଚିଛି । ଦ୍ୱିତୀୟ ଥର ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।