
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– କୋଭିଡ-୧୯କୁ ନେଇ ସୃଷ୍ଟି ହୋଇଥିବା ଲକ ଡାଉନ ଯୋଗୁଁ ବହୁ ଗରୀବ ଓ ଅସହାୟ ଲୋକ ଖାଦ୍ୟ ନପାଇ ହଇରାଣ ହେଉଛନ୍ତି।ଏସବୁ ଦେଖି ବହୁ ଲୋକ ସାହାଯ୍ୟ ଓ ସହଯୋଗ ର ହାତ ବଢ଼େଇଛନ୍ତି।ସେହିପରି ଘୁମୁସର ଲେଖିକା ସଂସଦ ତରଫରୁ ସେହି ଗରୀବ ଲୋକଙ୍କୁ ୩ଦିନ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇବାକୁ ସ୍ଥିର କରି ସ୍ଥାନୀୟ ଭେଜିପୁଟ ମହାନ୍ତି ସାହିର ଯୁବଗୋଷ୍ଠୀ ପୂର୍ବରୁ ଏହି ସେବା କାର୍ଯ୍ୟ ଜାରି ରଖିଥିବା ବେଳେ ସେମାନଙ୍କ ଦ୍ବାରା ଖାଦ୍ୟ ଯୋଗାଣ ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ସଂସଦ ର ସଦସ୍ୟମାନେ ଉକ୍ତ ଯୁବକ ମାନଙ୍କୁ ଏହି ମହାନ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି।