ବାଲେଶ୍ୱର ଅଫିସ : ଆୟ ବହିର୍ଭୂତ ଠୁଳ ଅଭିଯୋଗରେ ବାଲେଶ୍ୱର ମ୍ୟୁନିସିପାଲଟି ଅଧୀନ କାଞ୍ଜନବାଗ ପ୍ରାଥମିକ ବିଦ୍ୟାଳୟର ଜିଲାପରିଷଦ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ନାୟକଙ୍କ ଘରେ ଶନିବାର ଭିଜିଲାନ୍ସ ଚଢାଉ କରାଯାଇଛି। ଏଥିରେ ଭିଜିଲାନ୍ସର ୫ଟି ଟିମ୍ ସାମିଲ ହୋଇଛନ୍ତି। ଟିମ୍ ଅଧିକାରୀମାନେ ଟାଉନ ଥାନା ଅନ୍ତର୍ଗତ ତାଙ୍କ ବଙ୍କାଖଜିରସ୍ଥିତ ବାସଭବନ ସହ ବଡକିଆ ଗ୍ରାମର ଶଶୁର ଘର, ଗୁଡୁପାଇସ୍ଥିତ ସ୍ବାମୀଙ୍କ ଚିଙ୍ଗୁଡି ଫାର୍ମ୍, ଖନ୍ତାପଡା ଥାନା ସୁଠଙ୍ଗ ଗ୍ରାମସ୍ଥିତ ବାପ ଘର, ଶିଳ୍ପାଞ୍ଚଳ ଥାନା ଅଙ୍ଗାରଗଡିଆର ବିକାଶ ନଗରସ୍ଥିତ ପୁତୁରାଙ୍କ ଘର ଉପରେ ଏକକାଳୀନ ଚଢାଉ କରିଥିଲେ। ଚଢାଉରେ ତାଙ୍କର ୪ତାଲା ବିଶିଷ୍ଟ କୋଠା, ଲକ୍ଷାଧିକ ଟଙ୍କାର ସୁନାଗହଣା ଜବତ କରାଯିବା ସହ ଅନ୍ୟାନ୍ୟ ସମ୍ପତ୍ତି ବିଷୟରେ ଯାଞ୍ଚ କରାଯାଉଛି। ଜବତ ସମ୍ପତ୍ତିର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ବୋଲି ଅନୁମାନ କରାଯାଉଛି। ଖବର ଲେଖାଯିବା ବେଳକୁ ସମସ୍ତ ସମ୍ପତ୍ତିର ଆକଳନ ପ୍ରକ୍ରିୟା ଜାରି ରହିଛି। ଫଳରେ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
Related Stories
March 27, 2024
March 27, 2024