ବ୍ରହ୍ମପୁର: କରୋନା ଭଳି ଏକ ମହାମାରୀ ସାରା ବିଶ୍ୱବାସୀଙ୍କୁ ତଳିତଳାନ୍ତ କରି ଦେଇଥିବା ବେଳେ ଏଥିରେ ଗରିବ ଶ୍ରେଣୀର ଲୋକେ ପେଶି ହୋଇଯାଇଛନ୍ତି । ବ୍ରହ୍ମପୁର ସହର ପାଣିଗ୍ରାହୀପେଣ୍ଠ ସାହିର ଜଣେ ଅସହାୟ ମହିଳା ନିଜର ୩ଟି ଛୋଟ ଛୁଆକୁ ନେଇ ଦୀର୍ଘ ୪କି.ମିରୁ ଊର୍ଦ୍ଧ୍ୱ ଚାଲି ଚାଲି ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟକୁ ଆସି ଏସ୍ପିଙ୍କୁ ଭେଟିଥିଲେ । ଘରର ପାରିବାରିକ କଳହ ସହ ଭୋକ ଉପାସରେ ରହୁଥିବା କଥା ଜଣାଇଥିଲେ । ମଦୁଆ ସ୍ୱାମୀଙ୍କ ଠାରୁ ଦୈନିକ ନିର୍ଯ୍ୟାତନା ପାଉଥିବା କଥା ଶୁଣି ଏସ୍ପି ଦୁଃଖ ପ୍ରକାଶ କରିବା ସହ ସମସ୍ୟାର ସମାଧାନ ପାଇଁ ନିଜେ ଯୋଜନା ପ୍ରସ୍ତୁତ କରିଥିଲେ । ମହିଳାଜଣକ ଘରକୁ ଘର ବୁଲି କାମ କରୁଥିବାରୁ ବର୍ତ୍ତମାନ ଲକ୍ ଡାଉନ୍ ସମୟରେ କେହି ଘରକୁ ପୁରାଉ ନାହାଁନ୍ତି । ଫଳରେ ୩ ଛୁଆଙ୍କ ଖାଇବାକୁ ଦେଇପାରୁନଥିବା କଥା ଶୁଣି ଏସ୍ପି ବିଏମ୍ସି କମିଶନରଙ୍କ ସହ ଆଲୋଚନାକରି ୧ମାସ ପାଇଁ ଘର ଚଳାଇବାକୁ ସୁଖିଲା ଖାଦ୍ୟର ବ୍ୟବସ୍ଥା କରାଇଥିଲେ । ଏସ୍ପିଙ୍କ କାର୍ଯ୍ୟାଳୟରୁ ମହିଳାଙ୍କୁ ତୁରନ୍ତ କିଛି ଖାଦ୍ୟ ପ୍ରଦାନ କରାଯାଇଥିଲା । ଘରେ କଳି କଥା ମଧ୍ୟ ଉକ୍ତ ଥାନା ଅଞ୍ଚଳ ଥାନାକୁ କୁହାଯାଇ ବିହିତ ପଦକ୍ଷେପ ନେବାକୁ ଏସ୍ପି ନିର୍ଦ୍ଦେଶ ଦେଇଥିବା ବେଳେ ମହିଳା ଓ ୩ଛୁଆକୁ ପୋଲିସ ଗାଡିରେ ତାଙ୍କ ଘରକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏସ୍ପିଙ୍କ ଏହିଭଳି ମହାନତାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Related Stories
November 24, 2024